Advertisment

ବସ୍ ଉପରେ ଆତଙ୍କୀ ହମଲା, ୨୩ ଯାତ୍ରୀ ମୃତ

ଯାତ୍ରୀମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ।

author-image
Debibandita Barick
ଅଦ୍ୟତନ ହୋଇଛି
Security Forces

Security Forces

ପାକିସ୍ତାନର ବଲୁଚିସ୍ତାନରେ ଏକ ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ବସ୍ ଅଟକାଇ ଯାତ୍ରୀମାନଙ୍କ ପରିଚୟ ଜାଣିବା ପରେ ସେମାନଙ୍କୁ ହତ୍ୟା କରିଥିବା କୁହାଯାଉଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବଲୁଚିସ୍ତାନ ଅଭିମୁଖେ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ମୁସାଖେଲ ଜିଲ୍ଲା ନିକଟରେ ବସ୍‌କୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କହିଥିଲେ। ଯାତ୍ରୀମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। 

ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। 

Advertisment

ପାକିସ୍ତାନର ସଙ୍ଘୀୟ ସୂଚନା ମନ୍ତ୍ରୀ ଅତ୍ତଉହ୍ଲା ତାରର୍ କହିଛନ୍ତି ଯେ, ଆତଙ୍କବାଦୀମାନେ ନିରୀହ ଯାତ୍ରୀଙ୍କୁ ଟାର୍ଗେଟ କରି ନିର୍ଦ୍ଦୟତାର ପରିଚୟ ଦେଇଛନ୍ତି। ଏହା ଏକ ବର୍ବର କାଣ୍ଡ। ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ରକ୍ଷା ପାଇ ପାରିବେ ନାହିଁ। ସେହିପରି ପାକିସ୍ତାନର ପଞ୍ଜାବ ସରକାରଙ୍କ ମୁଖପାତ୍ର ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। 

Balochistan Pakistan Terror Attack