Advertisment

ପାହାଡ଼ ତଳକୁ ଖସିଲା ବସ୍‌, ୨୪ ମୃତ

ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ବସରୁ ଡେଇଁପଡି ନିଜକୁ ରକ୍ଷା କରିଥିଲେ, କିନ୍ତୁ ଅଧିକାଂଶ ଭିତରେ ଫସି ରହିଥିଲେ।

Bus Accident

Bus Accident

Advertisment

ଭୟଙ୍କର ଦୁର୍ଘଟଣା। ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଚାଲିଗଲା ୨୪ ଯାତ୍ରୀଙ୍କ ଜୀବନ। ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଦକ୍ଷିଣ ଆମେରିକାର ମହାଦ୍ୱିପରେ ସ୍ଥିତ ପେରୁ ଅଞ୍ଚଳରେ। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଶନିବାର ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ପାହାଡ଼ ଉପରୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ହିଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ହେତିର କିଛି ଲୋକେ ଥିବା ପୁଲିସ କହିଛି। କାରଣ ପେରୁରେ ହେତି ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେପଟେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପେରୁର ଉତ୍ତରରେ ଥିବା ଏଲ୍ ଆଲ୍ଟୋ ଜିଲ୍ଲାର କମ୍ପାନୀ Q'Orianka Tours Aguila Dorada ର ଏକ ବସ୍‌ରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ବସରୁ ଡେଇଁପଡି ନିଜକୁ ରକ୍ଷା କରିଥିଲେ, କିନ୍ତୁ ଅଧିକାଂଶ ଭିତରେ ଫସି ରହିଥିଲେ। ଆହତ ଯାତ୍ରୀମାନଙ୍କୁ ଲିମାଠାରୁ ପ୍ରାୟ ୧୦୦୦କିଲୋମିଟର ଉତ୍ତରରେ ଥିବା ଏକ ଲୋକପ୍ରିୟ ରିସର୍ଟ ଏଲ୍ ଆଲ୍ଟୋ ଏବଂ ମାନକୋରାର ଡାକ୍ତରଖାନାକୁ ନିଆଯାଇଛି, ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି।

Advertisment

ସୂଚନା ମୁତାବକ, ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ତାହା 'ଡେଭିଲ୍ସ କର୍ଭ' ନାଁରେ ପରିଚିତ। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ। ପେରୁର ପରିବହନ ପର୍ଯ୍ୟବେକ୍ଷକ ଏଜେନ୍ସି (ସୁଟ୍ରାନ୍) ଏହି ଦୁର୍ଘଟଣା ନେଇ ସୂଚନା ଦେଇଛି। ତେବେ ଏଥିରେ କେତେ ଜଣ ଆହତ ହୋଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe