Advertisment

କ୍ରେମଲିନ ଉପରେ ହମଲା ଉଦ୍ୟମ: ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୨୪ ମୃତ

ନଭେମ୍ବର ମାସରୁ ଖେରସନକୁ ରୁଷ ସେନା ଘେରାଉ କରି ନିୟମିତ ଗୁଳି ଚଳାଉଛନ୍ତି। ହେଲେ କ୍ରେମଲିନ ଘଟଣା ସାମ୍ନାକୁ ଆସିବା ପରେ ସେମାନେ ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି।

Russia

Russia

Advertisment

କ୍ରେମଲିନ ଉପରେ ଆକ୍ରମଣ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କିଭ୍‌ ବିରୋଧରେ ରୁଷ ଆକ୍ରମଣକୁ ଆହୁରି ଜୋରଦାର କରିଛି।

Advertisment

ମସ୍କୋ ପକ୍ଷରୁ ୟୁକ୍ରେନର ଖେରସନ ଓବଲାଷ୍ଟରେ ଘନଘନ ମିସାଇଲ ମାଡ଼ କରାଯାଇଛି। ଏହି ଆକ୍ରମଣରେ ଏକାଧିକ ପ୍ରତିଷ୍ଠାନ, ବସ ଷ୍ଟାଣ୍ଡ, ଦୋକାନ, ରେଳ ଷ୍ଟେସନ ଓ ସାଧାରଣ ଲୋକଙ୍କ ଘର ମାଟିରେ ମିଶି ଯାଇଛି। ସେହିପରି ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪୫ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଗଭର୍ଣ୍ଣର ଓଲେକସାନ୍ଦ୍ର ପ୍ରୋକୁଡିନ କହିଛନ୍ତି, ରୁଷ ସେନା ଖେରସନ ଓବଲାଷ୍ଟରେ ୯୮ ଥର ବୋମା ମାଡ଼ କରିଛନ୍ତି। ତୋପ, ଗ୍ରାଡସ, ଟ୍ୟାଙ୍କସ, ଡ୍ରୋନ୍ସ ଓ ବିମାନରୁ ମଧ୍ୟ ୫୩୯ ଥର ଗୁଳି ଚଳାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏସବୁ କରାଯାଇଛି। ଏଥିରେ ପ୍ରଥମେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଆହତ ହୋଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

Advertisment

ନଭେମ୍ବର ମାସରୁ ଖେରସନକୁ ରୁଷ ସେନା ଘେରାଉ କରି ନିୟମିତ ଗୁଳି ଚଳାଉଛନ୍ତି। ହେଲେ କ୍ରେମଲିନ ଘଟଣା ସାମ୍ନାକୁ ଆସିବା ପରେ ସେମାନେ ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି।

ଗତକାଲି ରୁଷ ପକ୍ଷରୁ କୁହାଯାଇଥିଲା ଯେ ଦୁଇଟି ମାନବ ବିହୀନ ଡ୍ରୋନ କ୍ରେମଲିନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ଯୋଜନାକୁ ପଣ୍ଡ କରି ଦିଆଯାଇଛି। ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ହମଲା କରିବାକୁ ଚାହୁଁଥିଲା।

କିନ୍ତୁ ଏଥିରେ ପୁଟିନ ସାମାନ୍ୟ ଆହତ ମଧ୍ୟ ହୋଇ ନାହାନ୍ତି। କ୍ରେମଲିନ ବିଲଡିଂ ମଧ୍ୟ ଆଦୌ କ୍ଷତି ହୋଇ ନାହିଁ। ଏହା ଏକ ଯୋଜନାବଦ୍ଧ ଆତଙ୍କବାଦ କାର୍ଯ୍ୟକଳାପ ଥିଲା ଓ ରୁଷିଆନ ଫେଡରେସନର ରାଷ୍ଟ୍ରପତି ପୁଟିନଙ୍କ ଜୀବନ ନେବାକୁ ଉଦ୍ୟମ ହୋଇଥିଲା।

Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe