Advertisment

ମଝି ନଦୀରେ ବୁଡ଼ିଲା ଡ଼ଙ୍ଗା, ୨୫ ମୃତ

ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ସେହିପରି ୧୨ ଜଣ ଏବେବି ନିଖୋଜ ଅଛନ୍ତି।

Boat Capsizes

Boat Capsizes

Advertisment

ମଝି ନଦୀରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡଙ୍ଗା। ଚାଲିଗଲା ୨୫ ଜଣଙ୍କ ଜୀବନ। ସେହିପରି ୧୨ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଆଫ୍ରିକାର କଙ୍ଗୋରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ମଧ୍ୟ କଙ୍ଗୋର ଫିମି ନଦୀ କୂଳରେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ସେହିପରି ୧୨ ଜଣ ଏବେବି ନିଖୋଜ ଅଛନ୍ତି। ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଏହି ସୂଚନା ଦେଇଛନ୍ତି। କିନ୍ସାସାର ରାଜଧାନୀ ଉତ୍ତର-ପୂର୍ବରେ ଥିବା ଇନୋଙ୍ଗୋ ସହରରୁ ବାହାରିବା ପରେ ୧୦୦ରୁ ଅଧିକ ଯାତ୍ରୀ ଜାହାଜରେ ଚଢ଼ିଥିଲେ ବୋଲି ଜଣାପଡିଛି।

ଅଧିକାରୀଙ୍କ କହିବା ମୁତାବକ ଓଭରଲୋଡିଂ ଯୋଗୁ ଏହି ଯାତ୍ରୀବାହୀ ଡ଼ଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଡଙ୍ଗାରେ ଯାତ୍ରୀଙ୍କ ସମେତ ଜିନିଷ ପତ୍ର ମଧ୍ୟ ଲଦା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଶଙ୍କା ରହିଛି।

Advertisment

ଚଳିତ ବର୍ଷ କଙ୍ଗୋରେ ଏହା ହେଉଛି ଚତୁର୍ଥ ଡଙ୍ଗା ବୁଡ଼ି ଘଟଣା। କଙ୍ଗୋର ମାଇ-ଏନ୍‌ଡୋମ୍ବେ ଅଞ୍ଚଳ ଚାରିପଡେ ନଦୀ ଘେରି ରହିଛି। ଏଠାକାର ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି। ଡଙ୍ଗାରେ ଓଭରଲୋଡିଂକୁ ନେଇ ବାରମ୍ବାର କଙ୍ଗୋ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ଏବଂ ଜଳ ପରିବହନ ପାଇଁ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡ ଦେବାକୁ ମଧ୍ୟ କହିଛନ୍ତି।

Congo Boat Capsized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe