Advertisment

ଆତଙ୍କୀ ହାଫିଜର ପୁଅକୁ ମିଳିଲା ମାତ୍ର ୨୦୨୪ ଖଣ୍ଡ ଭୋଟ

ଲାହୋରର ଏନଏ ୧୨୨ରେ ବିଜୟୀ ହୋଇଥିବା ଲତିଫ ୧,୧୭,୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ତଲହା ସୟିଦ କେବଳ ୨୦୨୪ ଖଣ୍ଡ ଭୋଟ ପାଇଛି।

Pakistan

Pakistan

Advertisment

୨୬/୧୧ ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ପୁଅକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପାକିସ୍ତାନବାସୀ। ପାକିସ୍ତାନ ସାଧାରଣ ନିର୍ବାଚନରେ ହାଫିଜ ସୟିଦର ପୁଅ ତଲହା ହାଫିଜ ସୟିଦ ଅମାନତ ହରାଇଛି।

Advertisment

ତଲହା ଲାହୋରର ଏନଏ ୧୨୨ ଆସନରୁ ପ୍ରାର୍ଥୀ ହୋଇଥିଲା। କିନ୍ତୁ ଏଠାରେ ତାକୁ ଏକତରଫ ଭାବେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଲତିଫ ଖୋସା ହରାଇ ଦେଇଛନ୍ତି। ତଲହାକୁ କେବଳ ୨୦୨୪ ଖଣ୍ଡ ଭୋଟ ମିଳିଛି।

ପାକିସ୍ତାନ ନିର୍ବାଚନରେ ଭାଗ ନେବା ପାଇ ହାଫିଜ ପିଏମଏମଏଲ ନାଁରେ ରାଜନୀତିକ ଦଳ ଗଠନ କରିଥିଲା। ଆତଙ୍କୀ କାର୍ଯ୍ୟକଳାପ କରୁଥିବା ହାଫିଜ ରାଜନୀତିର ମୁଖା ପିନ୍ଧି ପାକିସ୍ତାନବାସୀଙ୍କୁ ଭୁଆଁ ବୁଲାଇବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ତା’ ପୁଅ ତଲହା ସମେତ ଦଳର ଅଧିକାଂଶ ପ୍ରାର୍ଥୀ ଅମାନତ ହରାଇଛନ୍ତି।

Advertisment

ଲାହୋରର ଏନଏ ୧୨୨ରେ ବିଜୟୀ ହୋଇଥିବା ଲତିଫ ୧,୧୭,୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ତଲହା ସୟିଦ କେବଳ ୨୦୨୪ ଖଣ୍ଡ ଭୋଟ ପାଇଛି। ପିଏମଏଲଏନା ଖାୱାଜା ସାଦ ରଫିକ୍ୟୁ ଏଠାରେ ୭୭,୯୦୭ ଖଣ୍ଡ ଭୋଟ ପାଇଛନ୍ତି।

ଲସ୍କରର ପ୍ରତିଷ୍ଠା ହା‍ଫିଜ ସୟିଦ ୨୦୧୯ରୁ ଜେଲରେ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏକାଧିକ ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନ କୋର୍ଟ ହାଫିଜ ଓ ତା’ର ସହଯୋଗୀମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ହାଫିଜର ପୁଅ ତଲହାକୁ ଲସ୍କର ଦ୍ୱିତୀୟ କ୍ଷମତାଶାଳୀ କୁହାଯାଏ। ସେ ସଂଗଠନର ଆର୍ଥିକ କାରବାର ସମ୍ଭାଳିଥାଏ।

Pakistan Hafiz Saeed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe