Advertisment

ଘାଟିରୁ ଖସିଲା ବସ୍‌, ଚାଲିଗଲା ୨୭ ଜଣଙ୍କ ଜୀବନ

ପୁଲିସ୍‌ କହିଛି ଯେ କିଛି ଲୋକଙ୍କ ଧରି ବସ୍‌ଟି ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିଲା। ହେଲେ କୌଣସି କାରଣରୁ ଏହା ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲା। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।

accident

accident

Advertisment

ମେକ୍ସିକୋର ଦକ୍ଷିଣପୂର୍ବ ରାଜ୍ୟ ଓଆକ୍ସାକାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌ ଏଠାରେ ଘାଟିରୁ ଖସି ଗଭୀର ଖାତରେ ପଡ଼ିବାରୁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଏଥିରେ ଆହତ ମଧ୍ୟ ହୋଇଛନ୍ତି।

Advertisment

ଦୁର୍ଘଟଣାରେ ବସ୍‌ଟି ସଂପୂର୍ଣ୍ଣ ରୂପ ଚୂରମାର ହୋଇ ଯାଇଥିବା ବେଳେ ଉଦ୍ଧାରକାରୀ ଦଳ ଏହାକୁ ଖାତରୁ ଉଦ୍ଧାର କରି ଉପରକୁ ଆଣିବା ବେଳର ଫଟୋ ସାମ୍ନାକୁ ଆସିଛି।

ପୁଲିସ୍‌ କହିଛି ଯେ କିଛି ଲୋକଙ୍କ ଧରି ବସ୍‌ଟି ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିଲା। ହେଲେ କୌଣସି କାରଣରୁ ଏହା ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲା। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।

Advertisment

ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ଏବେ ବି ଚେତାଶୂନ୍ୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି। ତେବେ ମେକାନିକାଲ ଫେଲ୍‌ ଯୋଗୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଆକଳନ କରିଛନ୍ତି।

ବସ୍‌ଟି ସ୍ଥାନୀୟ ପରିବହନ ସଂସ୍ଥା ପକ୍ଷରୁ ପରିଚାଳନା କରାଯାଉଥିଲା। ମଙ୍ଗଳବାର ରାତିରେ ବସ୍‌ଟି ୪୦ରୁ ଅଧିକ ଲୋକଙ୍କୁ ଧରି ମେକ୍ସିକୋ ସିଟିରୁ ବାହାରି ଥିଲା। ଏହା ସାଣ୍ଟିଆଗୋ ଡେ ୟୋସୋନଡୁଆ ଯାଉଥିଲା। କିନ୍ତୁ ବୁଧବାର ଅଧା ରାସ୍ତାରେ ହିଁ ଏତେ ବଡ଼ ଘଟଣା ଘଟିଥିବା ପୁଲିସ୍‌ କହିଛି।

ଜଣେ ଅଧିକାରୀ କହିଛନ୍ତି, ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିବା ବେଳେ ସମ୍ଭବତଃ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଘାଟିରୁ ସିଧା ୮୦ ଫୁଟ ତଳକୁ ଖସି ପଡ଼ିଥିଲା।

କମ୍ପାନୀ ପକ୍ଷରୁ ମେକ୍ସିକୋ ସିଟିରୁ ଦୈନିକ ସେବା ଯୋଗା ଦିଆଯାଇଥାଏ। ପ୍ରତିଦିନ ସମାନ ରାସ୍ତାରେ ବସ୍‌ଟି ଯାତାୟାତ କରିଥାଏ। ହେଲେ ବୁଧବାର ହଠାତ୍‌ ଏପରି ଘଟଣା ଘଟିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Accident Road Accident Mexico
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe