Advertisment

ଇସ୍ରାଏଲ ହମଲାରେ ଲେବାନନ ଛିନଛତ୍ର: ଗଲାଣି ୨୭୪ ଜଣଙ୍କ ଜୀବନ

୨୦୦୬ରୁ ହେଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଛି। କିନ୍ତୁ ଆଜି ଯାଏ କେବେ ହେଲେ ଏତେ ଭୟଙ୍କର ଆକ୍ରମଣ ଇସ୍ରାଏଲ କରି ନଥିଲା।

Hezbollah

Hezbollah

Advertisment

ଦକ୍ଷିଣ ଲେବାନନରେ ସବୁଠାରୁ ବଡ଼ ହମଲା କରିଛି ଇସ୍ରାଏଲ। ଆଜି ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରାଯାଇଛି। ଘନଘନ ରକେଟ ଓ ବୋମା ମାଡ଼ରେ ପୂରା ଛିନଛତ୍ର ହୋଇଯାଇଛି ଅଧା ଲେବାନନ। ଏଥିରେ ବର୍ତ୍ତମାନ ସୁଦ୍ଧା ୨୭୪ ଜଣଙ୍କ ଜବୀନ ଯାଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ମୃତାହତଙ୍କ ମଧ୍ୟରେ ଅନେକ ଛୋଟ ପିଲା, ମହିଳା ଓ ମେଡିକାଲ କର୍ମଚାରୀ ରହିଛନ୍ତି। ଇସ୍ରାଏଲ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ କରି ଏପରି ଆକ୍ରମଣ କରିଥିବା କହିଥିଲେ ହେଁ ଏଥିରେ ସାଧାରଣ ଲୋକଙ୍କ ଜୀବନ ଯାଇଛି। ୨୦୦୬ରୁ ହେଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଛି। କିନ୍ତୁ ଆଜି ଯାଏ କେବେ ହେଲେ ଏତେ ଭୟଙ୍କର ଆକ୍ରମଣ ଇସ୍ରାଏଲ କରି ନଥିଲା।

ଆଜି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଦକ୍ଷିଣ ଲେବାନନରେ ରହୁଥିବା ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁସ୍ଥାନରେ ଲେବାନନର ସମର୍ଥିତ ସଂଗଠନ ହେଜବୁଲ୍ଲା ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରି ରଖୁଛି, ସେଠାରୁ ତୁରନ୍ତ ଚାଲିଯିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ ସେନା।

Advertisment

ଏପରି କି ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନର ୧୭ଟି ଗାଁ ଏବଂ ସହରକୁ ଦର୍ଶାଇ ଏକ ମାନଚିତ୍ର ମଧ୍ୟ ପ୍ରକାଶ କରିଥିଲା। ମାନଚିତ୍ର ଅନୁସାରେ, ସେହି ଅଞ୍ଚଳ ଛାଡ଼ିଦେବାକୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ଇସ୍ରାଏଲ ଆକ୍ରମଣ କରିବାକୁ ଚାହୁଁଛି ସେନେଇ କୌଣସି ଇଙ୍ଗିତ କରି ନଥିଲା।

ଲେବାନନର ଅଧିକାରୀମାନେ କହିଛନ୍ତି ଯେ ଇସ୍ରାଏଲ ପକ୍ଷରୁ ପ୍ରାୟ ୮୦ ହଜାର ଫୋନ କଲ କରାଯାଇ ଲୋକଙ୍କୁ ସେମାନଙ୍କ ଘର ଛାଡ଼ିବାକୁ କୁହାଯାଇଥିଲା। ଟେଲିକମ କମ୍ପାନୀ ଓଗେରୋର ମୁଖ୍ୟ ଇମାଦ କ୍ରେଇଦେଇ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଇସ୍ରାଏଲର କଲ ପରେ ପୂରା ଦକ୍ଷିଣ ଲେବାନନରେ ଆତଙ୍କ ଖେଳି ଯାଇଥିଲା। କିଛି ଘଣ୍ଟା ପରେ ସତକୁ ସତ ଇସ୍ରାଏଲ ସେନା ଆକ୍ରମଣ ଆରମ୍ଭ କରି ଦେଇଥିଲା।

ଇସ୍ରାଏଲ ସେନା କହିଛି ଯେ ସେମାନେ ସୋମବାର ୩୦୦ଟି ଟାର୍ଗେଟକୁ ହିଟ କରିଛନ୍ତି। ଏହାଦ୍ୱାରା ହେଜବୁଲ୍ଲା ବ୍ୟାପକ କ୍ଷୟକ୍ଷତି ସହିଛି। ସଂଗଠନର ଅଧିକାଂଶ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି।

Israel Israel Declares War Hezbollah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe