Advertisment

ଟୋକିଓ ମାଛ ମାର୍କେଟରେ ନୂଆ ରେକର୍ଡ, ଗୋଟିଏ ମାଛ ୧୧ କୋଟିରେ ନିଲାମ

ଏହି ମାଛର ଓଜନ ୨୭୬ କିଲୋଗ୍ରାମ ଥିଲା। ପ୍ରାୟତଃ ଏହି ମାଛ ଏକ ମୋଟରସାଇକେଲର ଆକାର ଏବଂ ଓଜନ ସହିତ ସମାନ।

ଅଦ୍ୟତନ ହୋଇଛି
Tuna Fish

Tuna Fish

Advertisment

ନୂଆବର୍ଷରେ ନୂଆ ରେକର୍ଡ। ଜାପାନର ଟୋକିଓ ସହରର ମାଛ ବଜାରରେ ପ୍ରତିବର୍ଷ ଭଳି ଆୟୋଜିତ ମାଛ ନିଲାମରେ ଏଥର ଏକ ବଡ଼ ରେକର୍ଡ ସୃଷ୍ଟି ହୋଇଛି। ରବିବାର ଟୋକିଓର ଏହି ମାଛ ବଜାରରେ ବ୍ଲୁଫିନ୍ ଟ୍ୟୁନା ମାଛ ନିଲାମ କରାଯାଇଥିଲା, ଯାହାକୁ ୧୧ କୋଟି ଟଙ୍କାରେ ବିକ୍ରି କରାଯାଇଛି। ଏହି ବିଶାଳ ମାଛର ଫଟୋ ଏବେ ସୋଶାଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହେଉଛି।

Advertisment

ବିବିସି ରିପୋର୍ଟ ଅନୁଯାୟୀ, ଏହି ମାଛର ଓଜନ ୨୭୬ କିଲୋଗ୍ରାମ ଥିଲା। ପ୍ରାୟତଃ ଏହି ମାଛ ଏକ ମୋଟରସାଇକେଲର ଆକାର ଏବଂ ଓଜନ ସହିତ ସମାନ। ଏହାକୁ ୨୦୭ ନିୟୁତ ଜାପାନୀ ୟେନରେ ନିଲାମ କରାଯାଇଥିଲା, ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ। ଏହି ମାଛକୁ ଓନୋଡେରା ଗ୍ରୁପର ମିଶେଲିନ୍-ତାରକା ସୁଶି ରେଷ୍ଟୁରାଣ୍ଟ କିଣିଛି।

ଟ୍ୟୁନା ମାଛର ହାରାହାରି ବୟସ ୪୦ ବର୍ଷ ହୋଇଥାଏ। ଏହା ସମୁଦ୍ରର ଗଭୀର ଜଳରେ ଦ୍ରୁତଗତିରେ ଯିବାର କ୍ଷମତା ରଖିଥାଏ। ୧୯୯୯ ମସିହାରୁ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଟୋକିଓ ମାଛ ମାର୍କେଟରେ ବର୍ଷର ପ୍ରଥମ ନିଲାମୀରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମୂଲ୍ୟ। ମିଶେଲିନ୍ ଦ୍ୱାରା ଓନଡେରା ଗ୍ରୁପର ସୁଶି ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଥିଲା। ଏହି ରେଷ୍ଟୁରାଣ୍ଟ ଏଥର ଟ୍ୟୁନା ମାଛକୁ ୧୧ କୋଟି ଟଙ୍କା ଦେଇ କିଣିଛି। ଏହି ନିଲାମର ସର୍ବାଧିକ ରେକର୍ଡ ୨୦୧୯ ମସିହାରେ ହୋଇଥିଲା। ସେତେବେଳେ ୨୭୮ କିଲୋଗ୍ରାମ ଓଜନର ଏକ ଟ୍ୟୁନା ମାଛ ୩୩୩.୬ ମିଲିୟନ ୟେନରେ ବିକ୍ରି ହୋଇଥିଲା। ଏହାର ଭାରତୀୟ ମୂଲ୍ୟ ଥିଲା ୧୮ କୋଟିରୁ ଅଧିକ।

Advertisment

ହେଲେ ୨୦୧୯ ପରେ ଟୁନା ମାଛ ବିକ୍ରିରେ ବଡ଼ ହ୍ରାସ ଘଟିଥିଲା। କୋଭିଡ-୧୯ ମହାମାରୀ କାରଣରୁ ରେଷ୍ଟୁରାଣ୍ଟ ଗୁଡ଼ିକ ପ୍ରାୟ ବନ୍ଦ ରହିଲା ଏବଂ ଲୋକମାନେ ଖାଇବାକୁ ବାହାରକୁ ଯାଉନଥିଲେ। ତେଣୁ ଟ୍ୟୁନା ମାଛର ଚାହିଦା କମିଯାଇଥିଲା। କିନ୍ତୁ ଏବେ ଏହି ମାଛ ବଜାରରେ ପୁଣି ଟ୍ୟୁନା ମାଛର ଚାହିଦା ବଢ଼ିଛି। ତେଣୁ ଜାପାନର ନୂଆବର୍ଷର ନିଲାମ ପୁଣିଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି।

Tokyo Fish Market Bluefin Tuna Fish Japan New Year Fish Market
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe