Advertisment

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୧୭୯ ଯାତ୍ରୀ ଜୀଅନ୍ତା ଜଳିଗଲେ

ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ପୁଣି ଆଉ ଏକ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଜେଜୁ ଏୟାରଲାଇନ୍ସର ଏକ ବିମାନ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment

ରଏଟର୍ସ ମୁତାବକ, ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ। ବିମାନଟି ବ୍ୟାଙ୍କକରୁ ଫେରୁଥିଲା। ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଫଳରେ ଏଥିରେ ୧୭୯ ଯାତ୍ରୀ ଜୀଅନ୍ତା ଜଳି ଯାଇଛନ୍ତି। କେବଳ ଦୁଇ ଜଣଙ୍କୁ ହିଁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।   

Advertisment

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି। କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସମୟରେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏଥିରେ ଜଣେ ଯାତ୍ରୀ ଏବଂ ଜଣେ ଡ୍ରାଇଭର ଅଛନ୍ତି।

ୟୋନହାପ ନ୍ୟୁଜ୍‌ ଏଜେନ୍ସି ମୁତାବକ, ସ୍ଥାନୀୟ ସମୟ ୯ଟା ୭ରେ ଦକ୍ଷିଣ-ପଶ୍ଚିମ ତଟବର୍ତ୍ତୀ ବିମାନରେ ଏହି ଦୁର୍ଘଟଣା ଘଟିଛି। ସାଉଥ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

South Korea Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe