Advertisment

ଘର ଭିତରେ ଥିଲେ ୨୮ ଭୋକିଲା କୁକୁର, ବଞ୍ଚିବା ପାଇଁ ମାଲିକଙ୍କ ଗୋଡ଼ ଖାଉଥିଲେ

୨୮ଟି କୁନି କୁକର ଘର ଭିତରେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ରହିଥିଲେ। ବନ୍ଦ ଘରେ ବଞ୍ଚିବା ପାଇଁ ସେମାନେ ମାଲିକଙ୍କ ଗୋଡ଼କୁ ଖାଉଥିଲେ।

Dogs

Dogs

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ତଥା ଦୁଃଖଦ ଘଟଣା। ଗୋଟିଏ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛନ୍ତି ୨୮ଟି କୁନି କୁକର। ସେମାନେ ଘର ଭିତରେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ରହିଥିଲେ। ବନ୍ଦ ଘରେ ବଞ୍ଚିବା ପାଇଁ ସେମାନେ ମାଲିକଙ୍କ ଗୋଡ଼କୁ ଖାଉଥିଲେ।

Advertisment

ସେମାନଙ୍କୁ ପାଳିଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘର ଭିତରେ ହୋଇଥିଲେ ହେଁ ଏକଥା କାହାକୁ ଜଣା ନଥିଲା। କୁକୁରଗୁଡ଼ିକ ମଧ୍ୟ ମାଲିକ ମରିଯିବାରୁ ଆଉ ଖାଇବାକୁ ପାଇ ନଥିଲେ। ତେଣୁ ସେମାନେ ବାଧ୍ୟ ହୋଇ ମାଲିକଙ୍କ ଗୋଡ଼ରୁ ଖାଇ ବଞ୍ଚି ରହିଥିଲେ ବୋଲି ଉଦ୍ଧାରକାରୀ ଟିମ ସୂଚନା ଦେଇଛନ୍ତି।

ବ୍ୟାଙ୍କକର ଖଲୋଙ୍ଗ ସାମ ୱା ଜିଲ୍ଲାରେ ଏପରି ଘଟଣା ଘଟିଛି। ଏଠାରେ ରହୁଥିବା ୬୨ ବର୍ଷୀୟ ଅଟ୍ଟପଲ ସିଙ୍କ ମୃତଦେହ ଶନିବାର ଘର ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଘର ବାହାରେ ରହିଥିବା କାରଟି ବେଶ କିଛି ଦିନ ହେଲା ସେମିତି ପଡ଼ି ରହିବାରୁ ପଡ଼ୋଶୀମାନେ ସନ୍ଦେହ କରିଥିଲେ।

Advertisment

ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ଘର ଭିତରକୁ କବାଟ ଭାଙ୍ଗି ଯିବା ପରେ ଅଟ୍ଟପଲଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହି ସମୟରେ ସେଠାରେ ୨୮ଟି କୁକୁର ରହିଥିବା ମଧ୍ୟ ଦେଖିବାକୁ ପାଇଥିଲେ।

କୁକୁରଗୁଡ଼ିକ ଚିହୁଆହୁଆ ଓ ଶିହ ଟଜୁ ବ୍ରୀଡ଼ର ବୋଲି ଜଣାପଡ଼ିଛି। ସେମାନେ ସମ୍ଭବତଃ ଅଟ୍ଟପଲଙ୍କ ବାମ ଗୋଡ଼କୁ ଖାଇ ବଞ୍ଚି ରହିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ପୁଲିସ ଓ ଉଦ୍ଧାରକାରୀ ଟିମ ସହ ପଶୁ କଲ୍ୟାଣ ବୋର୍ଡର ସଦସ୍ୟମାନେ ମଧ୍ୟ ଅଟ୍ଟପଲଙ୍କ ଘର ପାଖରେ ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଦୁର୍ବଳ ହୋଇପଡ଼ିଥିବା କୁକୁରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ଅଟପଲ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ। ସମ୍ଭବତଃ ଏଥିଯୋଗୁ ତାଙ୍କର ମୃତ୍ୟୁ ପ୍ରାୟ ସପ୍ତାହକ ତଳେ ହୋଇଛି। ଫଳରେ କୁକୁର ଗୁଡ଼ିକ ସପ୍ତାହେ ଧରି ଭୋକିଲା ଅବସ୍ଥାରେ ଘର ଭିତରେ ଫସି ରହିଥିଲେ।

ପୁଲିସ କହିଛି ଯେ ମୃତଦେହ ପାଖରେ ୧୫ଟି କୁକୁର ରହିଥିଲେ। ଏହାପରେ ଘରର ବିଭିନ୍ନ ସ୍ଥାନରେ ବୁଲୁଥିବା ଆଉ ୧୩ଟି କୁକୁରକୁ ଉଦ୍ଧାର କରାଯାଇଥିଲା। ସେହପରି ୨ଟି କୁକୁରର ମୃତଦେହ ମଧ୍ୟ ମିଳିଛି।

Bangkok Locked Car Dogs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe