Advertisment

ଟାର୍ଗେଟ୍‌ରେ ହସିନାଙ୍କ ଦଳର ନେତା, ମିଳିଲା ୨୯ ମୃତଦେହ

ମିଳିଥିବା ୨୯ ମୃତଦେହ ମଧ୍ୟର ଆୱାମୀ ଲିଗ୍ ଦଳର ୨୦ ଜଣ ନେତା ଅଛନ୍ତି।

Bangladesh Violence

Bangladesh Violence

Advertisment

ଜଳୁଛି ବାଂଲାଦେଶ। ଥମୁନି ହିଂସା। ଶାନ୍ତ ହେବା ନା ଧରୁନାହାନ୍ତି ବିକ୍ଷୋଭକାରୀ। ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇବା ପରେ ବି ଜାରି ରହିଛି ପୋଡା ଜଳା। ବିଭିନ୍ନ ହିନ୍ଦୁ ମନ୍ଦିର ଓ ଶେଖ ହସିନାଙ୍କ ଦଳ ଆଓ୍ୱାମି ଲିଗ୍‌ ପାର୍ଟିର ନେତାଙ୍କୁ କରୁଛନ୍ତି ଟାର୍ଗେଟ୍‌। ଆଓ୍ୱାମି ଲିଗ୍‌ ଓ ଏହାର ସହଯୋଗୀ ଦଳର ସହ ଜଡିତ ୨୯ ନେତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

Advertisment

ସୋମବାର ହାସିନାଙ୍କ ଇସ୍ତଫା ଏବଂ ଦେଶ ଛାଡ଼ିବା ପରେ ସତ୍ୟଖିରାରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ଅନେକ ଆୱାମୀ ଲିଗ୍ ନେତାଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଭଙ୍ଗାରୁଜା କରାଯାଇଛି। ମିଳିଥିବା ୨୯ ମୃତଦେହ ମଧ୍ୟର ଆୱାମୀ ଲିଗ୍ ଦଳର ୨୦ ଜଣ ନେତା ଅଛନ୍ତି।

କୁମିଲାରେ ହୋଇଥିବା ଆକ୍ରମଣରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବତନ କାଉନସିଲର ମହମ୍ମଦ ଶାହା ଆଲାମଙ୍କ ତିନି ମହଲା ବିଶିଷ୍ଟ ଘରେ ବିକ୍ଷୋଭକାରୀଙ୍କ ଦ୍ୱାରା ନିଆଁ ଲାଗିଯିବାରୁ ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୧୦ ଜଣ ଆହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ସେହିପରି ମଙ୍ଗଳବାର ଦିନ ଜଣେ ସାଂସଦ ଶାଫିକୁଲ ଇସଲାମ ଶିମୁଲଙ୍କ ଘରେ ନିଆଁ ଲଗାଇବା ପରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହ ଘରର ଅନେକ କୋଠରୀ, ବାଲକୋନି ଏବଂ ଛାତରୁ ମିଳିଥିଲା।

Advertisment

ଅଶାନ୍ତି ପରିବେଶରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସହ ବାଂଲାଦେଶର ଅଶାନ୍ତ ଜାରି ରହିଛି। ବାଂଲାଦେଶରେ ସତ୍ତା ପଲଟିବା ପରେ ବଡ଼ ସଂଖ୍ୟାରେ ହିଂସା ଜାରି ରଖିଛି। ଏହାରି ଭିତରେ ଦେଶର ୨୭ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଶହ ଶହ ହିନ୍ଦୁ ଘର, ବ୍ୟବସାୟ ଏବଂ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରାଯିବା ସହ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଭାରତ ଚିନ୍ତିତ ଥିବାବେଳେ ‌ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନଜର ରଖିଛି।

Sheikh Hasina Bangladesh Violence Awami League
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe