Advertisment

ନାଇଟ୍‌ କ୍ଲବ୍‌ରେ ଲାଗିଲା ନିଆଁ; ୨୯ ମୃତ, ୧୫ ଗୁରୁତର

ନାଇଟ୍‌ କ୍ଲବ୍‌ରେ ନବୀକରଣ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Fire

Fire

Advertisment

ତୁର୍କୀର ଇସ୍ତାନବୁଲ ସହରରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନାଇଟ୍‌ କ୍ଲବ୍‌ରେ ନବୀକରଣ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ପୁଲିସ୍ କ୍ଲବ ମ୍ୟାନେଜରଙ୍କ ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଇସ୍ତାନବୁଲର ବେସିକଟାସ୍‌ ଜିଲ୍ଲାରେ ଥିବା ଏକ ୧୬ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ନାଇଟ୍ କ୍ଲବଟି ଥିବା ଜଣାଯାଇଛି। ତେବେ ନବୀକରଣ କାମ ଯୋଗୁ କ୍ଲବ୍‌ଟି ବନ୍ଦ ଥିବା ବେଳେ ଭିତରେ କେବଳ ଶ୍ରମିକମାନେ କାମ କରୁଥିଲେ। ତେଣୁ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ କ୍ଲବର ନବୀକରଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଇସ୍ତାନବୁଲର ଏହି ନାଇଟ୍‌ କ୍ଲବରେ ଅଗ୍ନିକାଣ୍ଡ ପରେ ପ୍ରାଥମିକ ପର୍ଯ୍ୟାୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହାର ଅଗ୍ନ ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।  

Advertisment
Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe