Advertisment

ବାଂଲାଦେଶରେ ଆଉ ଜଣେ ଇସ୍କନ ସଦସ୍ୟଙ୍କୁ ଗିରଫ

ଚାଟୋଗ୍ରାମରୁ ତାଙ୍କୁ ଗିରଫ କରିଛି ପୁଲିସ।

Shyam Das Prabhu

Shyam Das Prabhu

Advertisment

ବାଂଲାଦେଶର ଆଧ୍ୟାତ୍ମିକ ଗୁରୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫଦାରୀକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଆଉ ଜଣେ ଇସ୍କନ ସଦସ୍ୟ ଗିରଫ। ଆଜି ବାଂଲାଦେଶ ପୁଲିସ ଆଉ ଜଣେ ଧର୍ମ ଗୁରୁ ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରିଛି। ଚଟୋଗ୍ରାମରୁ ତାଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

Advertisment

ସୂଚନା ଅନୁସାରେ, ଶ୍ୟାମ ଦାସ ନିୟମିତ ଭାବେ କୃଷ୍ଣ ଦାସଙ୍କୁ ଭେଟିବା ପାଇଁ ପୁଲିସ ଷ୍ଟେସନ ଯାଉଥିଲେ। ଏହାପରେ ସେ ଗିରଫ ହୋଇଛନ୍ତି। ବିନା କୌଣସି ସରକାରୀ ୱାରେଣ୍ଟରେ ତାଙ୍କୁ ଗିରଫ କରାଯାଇଛି। 

ଶ୍ୟାମ ଦାସଙ୍କ ଗିରଫଦାରୀ ବାବଦରେ ଇସ୍କନ କୋଲକାତାର ଉପସଭାପତି ତଥା ମୁଖପାତ୍ର ରାଧାରମଣ ଦାସ ମଧ୍ୟ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ସେ ଏକ ପୋଷ୍ଟ କରି ଲେଖିଛନ୍ତି, ଆଜି ଅନ୍ୟ ଜଣେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ୟାମ ଦାସ ପ୍ରଭୁଙ୍କୁ ଚାଟୋଗ୍ରାମରେ ଗିରଫ କରାଯାଇଛି। 

Advertisment

ପ୍ରକାଶ ଥାଉକି, ନିକଟରେ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ସେ ବାଂଲାଦେଶର ପତାକାକୁ ଅବମାନନା କରିଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ସୋମବାର ପୁଲିସ ତାଙ୍କୁ ଗିରଫ କରିଥିଲା।

କୋର୍ଟ ତାଙ୍କ ବେଲ ଆବେଦନ ଖାରଜ କରିଦେବା ପରେ କୃଷ୍ଣ ଦାସଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହାକୁ ନେଇ ରାଜଧାନୀ ଢାକା ଏବଂ ଚଟୋଗ୍ରାମ ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ବିରୋଧ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ବେଳେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଓକିଲଙ୍କର ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ପରିସ୍ଥିତି ଆହୁରି ଭୟଙ୍କର ହୋଇଯାଇଛି। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି, ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ହିନ୍ଦୁ ଅଛନ୍ତି। 

Hindu Bangladesh Violence ISKCON
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe