Advertisment

ସୁପର୍‌ ମାର୍କେଟ୍‌ ଭିତରେ ଆଖିବୁଜା ଛୁରାମାଡ଼, ୩ ମୃତ

ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
Knife Attack

Knife Attack

ସୁପରମାର୍କେଟ୍‌ ଭିତରେ ବୁଲିଲା ଛୁରୀ। ଆଖିବୁଜା ଛରାମାଡ଼ କଳେ ଦୁର୍ବୃତ୍ତ। ଚୀନ୍‌ର ସବୁଠୁ ବଡ଼ ସହର ଶାଂଘାଇରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ସୋମବାର ରାତିରେ ଚୀନ୍‌ରେ ମଙ୍ଗଳବାର ଠାରୁ ଏକ ସପ୍ତାହ ଛୁଟି ସହ ୭୫ତମ ଜାତୀୟ ଦିବସ ପାଳନ କରିବା ନେଇ ପ୍ରସ୍ତୁତ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ଶାଂଘାଇରେ ଥିବା ଏକ ସୁପରମାର୍କେଟ ଓ୍ୱଲ୍‌ମାର୍ଟ ଭିତରକୁ ଜଣେ ଦୁର୍ବୃତ୍ତ ଛୁରୀ ଧରି ପଶିଥିଲେ। ଏହାପରେ ଲୋକଙ୍କ ଉପରକୁ ସେ ଅଖିବୁଜା ଛୁରାମାଡ଼ କରିଥିଲେ।

ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ପୁଲିସକୁ ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ୩୭ ବର୍ଷୀୟ ଲିନ୍‌।

Advertisment

ପୁଲିସ କହିବା ମୁତାବକ, ଆକ୍ରମଣକାରୀ ଲିନଙ୍କ ବ୍ୟକ୍ତିଗତ ଆର୍ଥିକ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସେ ସଂଘର୍ଷ କରୁଥିଲେ। ନିଜର କ୍ରୋଧକୁ ବାହାର କରିବା ପାଇଁ ସେ ଶାଂଘାଇ ଯାଇଥିଲି। ତେବେ ଲିନ କେଉଁଠିକାର ସେ ନେଇଁ ପୁଲିସ ସୂଚନା ଦେଇନାହିଁ।

କହିରଖୁ ଯେ, ଗତ କିଛି ବର୍ଷ ମଧ୍ୟରେ ଚୀନ୍‌ରେ ସର୍ବସାଧାରଣ ସ୍ଥାନରେ ଛୁରାମାଡ଼ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣକାରୀଙ୍କ ମଧ୍ୟରୁ ଅନେକ ମାନସିକ ବିକାରଗ୍ରସ୍ତ। ମେ' ମାସରେ ଚାଇନାର ୟୂନାନ ପ୍ରଦେଶର ଏକ ହସ୍ପିଟାଲରେ ଛୁରୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ୨୧ ଜଣ ଆହତ ହୋଇଥିଲେ।

China Knife Attack Shanghai