Advertisment

ଜର୍ଜିଆରେ ଭୟଙ୍କର କାର୍ ଦୁର୍ଘଟଣା; ୩ ଭାରତୀୟ-ଆମେରିକୀୟ ଛାତ୍ର ମୃତ, ୨ ଗୁରୁତର

ମୃତକମାନେ ଅଲଫାରେଟା ହାଇସ୍କୁଲ୍ ଏବଂ ୟୁନିଭରସିଟି ଅଫ୍ ଜର୍ଜିଆରେ ପାଠ ପଢୁଥିଲେ।

ଅଦ୍ୟତନ ହୋଇଛି
Died Students File Photo

Died Students File Photo

Advertisment

ଜର୍ଜିଆର ଅଲଫାରେଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଭାରତୀୟ-ଆମେରିକୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକଙ୍କ ବୟସ ୧୮ ବର୍ଷ ହେବ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ଯୁବତୀ ଅଛନ୍ତି।

Advertisment

ସୂଚନା ଅନୁସାରେ, ମୃତକ ଏବଂ ଆହତମାନେ ଭାରତୀୟ-ଆମେରିକୀୟ ବଂଶୋଦ୍ଭବ। ଏମାନେ ଅଲଫାରେଟା ହାଇସ୍କୁଲ୍ ଏବଂ ୟୁନିଭରସିଟି ଅଫ୍ ଜର୍ଜିଆରେ ପାଠ ପଢୁଥିଲେ।

ପୁଲିସର ସୂଚନାନୁସାରେ, ଏମାନେ ସମସ୍ତେ ଏକ କାର୍ ଯୋଗେ କେଉଁଆଡ଼େ ଯାଉଥିବା ବେଳେ ମ୍ୟାକ୍ସୱେଲ ରୋଡ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେଠାରେ ଜଣଙ୍କର ଜୀବନ ଚାଲିଯାଇ ଥିବାବେଲେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ମୃତକମାନେ ହେଉଛନ୍ତି ଜର୍ଜିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଆର୍ଯ୍ୟନ ଯୋଶୀ, ଶ୍ରୀଆ ଅଭସରଲା ଏବଂ ଅନଭି ଶର୍ମା। ସେହିପରି ଆହତ ଛାତ୍ରମାନେ ହେଉଛନ୍ତି ଜର୍ଜିଆ ଷ୍ଟେଟ ୟୁନିଭରସିଟିର ଛାତ୍ର ରିତ୍ୱକ ସୋମେପାଲି ଏବଂ ଅଲଫାରେଟା ହାଇସ୍କୁଲର ମହମ୍ମଦ ଲିଆକତ। 

ପୁଲିସ କହିଛି ଯେ, ତିତ୍ୱକ କାର୍ ଚଳାଉଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ଦ୍ରୁତଗତି କାରଣରୁ ଏପରି ଘଟିଥିବା ଅନୁମାନ କରାଯାଉଛି। 

Accident Georgia Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe