Advertisment

ରେଲଓ୍ୱେ ଷ୍ଟେସନରେ ଛୁରାମାଡ଼, ୩ ଆହତ

ଛୁରାମାଡ଼ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

author-image
Madhupriya Mistry
Railway Station

Railway Station

ରେଲଓ୍ୱେ ଷ୍ଟେସନରେ ଅଘଟଣ। ଜଣେ ବ୍ୟକ୍ତି ଯାତ୍ରୀମାନଙ୍କ ଉପରେ ଅତର୍କିତ ଛୁରାମାଡ଼ କରିଛନ୍ତି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ପ୍ୟାରିସର ଗାରେ ଡେ ଲ୍ୟୋନ୍‌ ରେଲଓ୍ୱେ ଷ୍ଟେସନରେ ଶନିବାର ଘଟିଛି ଏଭଳି କିଛି ଘଟଣା।

Advertisment

ଏଏଫ୍‌ପିର ରିପୋର୍ଟ ମୁତାବକ, ଶନିବାର ସକାଳ ୮ଟାରେ ଜଣେ ବ୍ୟକ୍ତି ହାତରେ ଛୁରୀ ଧରି ଗାରେ ଡେ ଲ୍ୟୋନ୍‌ ରେଲଓ୍ୱେ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ କିଏ କିଛି ବୁଝିବା ପୂର୍ବରୁ ସେ ଯାତ୍ରୀମାନଙ୍କ ଉପରେ ଅତର୍କିତ ଛୁରାମାଡ଼ କରିଥିଲେ। ଏଥିରେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଉ ଦୁଇଜଣଙ୍କ ଅବସ୍ଥା ସ୍ଥିର ରହିଛି। ଛୁରାମାଡ଼ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ଏହି ଷ୍ଟେସନରେ ଘରୋଇ ଟ୍ରେନ୍‌ ଚଳାଳଚ କରିବା ସହ ସ୍ୱିଜରଲ୍ୟାଣ୍ଡ ଓ ଇଟାଲିକୁ ମଧ୍ୟ ଟ୍ରେନ୍‌ ଚଳଚଳ କରୁଛି। ଏଥିପାଇଁ ଷ୍ଟେସନରେ ପ୍ରବଳ ଭିଡ ଜମେ। ଶନିବାର ମଧ୍ୟ ଷ୍ଟେସନରେ ପ୍ରବଳ ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ବ୍ୟକ୍ତି ଜଣକ ଛୁରା ମାଡ଼ କରିଥିଲା। ତେବେ ଆକ୍ରମଣ ବେଳେ ବ୍ୟକ୍ତି ଜଣକ କୌଣସି ଧାର୍ମିକ ନାରାବାଜି କରିନଥିବା ପୁଲିସ କହିଛି।

Advertisment

ଉଲ୍ଲେଖଯୋଗ୍ୟ, ପ୍ୟାରିସରେ ଛୁରମାଡ଼ର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି। ଗତବର୍ଷ ଜୁନ୍‌ରେ ଫ୍ରାନ୍ସର ଆଲ୍ପସ ଅଞ୍ଚଳର ଏକ ସହରରେ ଆକ୍ରମଣକାରୀମାନେ ଛୁରାମାଡ଼ କରି ୮ ଜଣ ଛୋଟ ପିଲାଙ୍କ ସମେତ ଅନେକ ଲୋକଙ୍କୁ ଆହତ କରିଥିଲେ।

France Knife Attack Paris Railway Station