ପୁଣିଥରେ ଆମେରିକାରେ ଚାଲିଛି ଗୁଳି। ଟେକ୍ସାସର ଫୋର୍ଟ ୱର୍ଥର ଗୋଟିଏ ପାର୍କି ସ୍ଥଳରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଠାରେ ଚାଲିଥିବା ସ୍ଥାନୀୟ ଉତ୍ସବ ପରେ ଲୋକଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ପୁଲିସ୍ କହିଛି ଯେ ସୋମବାର ମଧ୍ୟରାତ୍ର ପରେ ପାର୍କି ସ୍ଥଳରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଆଖି ବୁଜିଛନ୍ତି। ଆହତ ହୋଇଥିବା ଅନ୍ୟ ୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତହାତଙ୍କ ମଧ୍ୟରୁ ୧୦ ଜଣ ପ୍ରାପ୍ତ ବୟସ୍କ ଓ ଜଣେ ନାବାଳକ।
ସ୍ଥାନୀୟ କୋମୋଫେଷ୍ଟ ପରେ ଗୁଳିମାଡ଼ ହୋଇଛି। ଜୁଲାଇ ୪ ତାରି ଛୁଟି ପାଇଁ ଆମେରିକାରେ ଏପରି ଉତ୍ସବ ପାଳନ ହୁଏ। ସ୍ୱାଧୀନତା ଦିବସ ଭାବେ ଏହାକୁ ଗଣତି କରାଯାଏ। ଆଖିବୁଜା ଗୁଳିମାଡ଼ ହୋଇଥିଲେ ହେଁ ଏହା ପଛର କାରଣ ଏଯାଏ ଜଣାପଡ଼ିନି।
ସେହିପରି କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ। ଏହା ପାରିବାରିକ ନା ଗ୍ୟାଙ୍ଗ ୱାର ସେକଥା ମଧ୍ୟ ପୁଲିସ୍ ସ୍ପଷ୍ଟ କରିନି। ଗୁଳିମାଡ଼ରେ ଏକାଧିକ ଲୋକ ସାମିଲ ଥିଲେ ନା ଜଣେ କେହି ଗୁଳିମାଡ଼ କରିଛି, ସେବିଷୟରେ ପୁଲିସ୍ କିଛି ବି କହିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।