Advertisment

ପାର୍କିଂ ସ୍ଥଳରେ ଆଖିବୁଜା ଗୁଳିମାଡ଼, ୩ ମୃତ

ଏଠାରେ ଚାଲିଥିବା ସ୍ଥାନୀୟ ଉତ୍ସବ ପରେ ଲୋକଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

shooting

shooting

Advertisment

ପୁଣିଥରେ ଆମେରିକାରେ ଚାଲିଛି ଗୁଳି। ଟେକ୍ସାସର ଫୋର୍ଟ ୱର୍ଥର ଗୋଟିଏ ପାର୍କି ସ୍ଥଳରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଠାରେ ଚାଲିଥିବା ସ୍ଥାନୀୟ ଉତ୍ସବ ପରେ ଲୋକଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Advertisment

ପୁଲିସ୍‌ କହିଛି ଯେ ସୋମବାର ମଧ୍ୟରାତ୍ର ପରେ ପାର୍କି ସ୍ଥଳରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଆଖି ବୁଜିଛନ୍ତି। ଆହତ ହୋଇଥିବା ଅନ୍ୟ ୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତହାତଙ୍କ ମଧ୍ୟରୁ ୧୦ ଜଣ ପ୍ରାପ୍ତ ବୟସ୍କ ଓ ଜଣେ ନାବାଳକ।

ସ୍ଥାନୀୟ କୋମୋଫେଷ୍ଟ ପରେ ଗୁଳିମାଡ଼ ହୋଇଛି। ଜୁଲାଇ ୪ ତାରି ଛୁଟି ପାଇଁ ଆମେରିକାରେ ଏପରି ଉତ୍ସବ ପାଳନ ହୁଏ। ସ୍ୱାଧୀନତା ଦିବସ ଭାବେ ଏହାକୁ ଗଣତି କରାଯାଏ। ଆଖିବୁଜା ଗୁଳିମାଡ଼ ହୋଇଥିଲେ ହେଁ ଏହା ପଛର କାରଣ ଏଯାଏ ଜଣାପଡ଼ିନି।

Advertisment

ସେହିପରି କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ। ଏହା ପାରିବାରିକ ନା ଗ୍ୟାଙ୍ଗ ୱାର ସେକଥା ମଧ୍ୟ ପୁଲିସ୍‌ ସ୍ପଷ୍ଟ କରିନି। ଗୁଳିମାଡ଼ରେ ଏକାଧିକ ଲୋକ ସାମିଲ ଥିଲେ ନା ଜଣେ କେହି ଗୁଳିମାଡ଼ କରିଛି, ସେବିଷୟରେ ପୁଲିସ୍‌ କିଛି ବି କହିନି।

USA Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe