Advertisment

Twin Bombings: ଡବଲ ବିସ୍ଫୋରଣ: ୩ ପାକିସ୍ତାନୀ କମାଣ୍ଡୋଙ୍କ ସମେତ ୬ ମୃତ

୩ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିବା ସହ ସେମାନଙ୍କ ମଧ୍ୟରୁ ୨ ଜଣ କରିଛନ୍ତି ବିସ୍ଫୋରଣ। ପୁଲିସ୍‌ ମୁଖ୍ୟାଳୟକୁ ଟାର୍ଗେଟ କରି ହୋଇଥିବା ହମଲାରେ ପାକିସ୍ତାନୀ ସେନାର ୩ ଜଣ କମାଣ୍ଡୋ ପ୍ରାଣ ହରାଇଛନ୍ତି।

Blast

ଘଟଣା ସ୍ଥଳର ଦୃଶ୍ୟ

Advertisment

ପାକିସ୍ତାନ(Pakistan)ର ପେଶାୱାର ଠାରେ ଥିବା ଫ୍ରଣ୍ଟିୟର ପୁଲିସ୍‌ ମୁଖ୍ୟାଳୟ ନିକଟରେ ବଡ଼ ଅଘଟଣ। ୩ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିବା ସହ ସେମାନଙ୍କ ମଧ୍ୟରୁ ୨ ଜଣ କରିଛନ୍ତି ବିସ୍ଫୋରଣ। ପୁଲିସ୍‌ ମୁଖ୍ୟାଳୟକୁ ଟାର୍ଗେଟ କରି ହୋଇଥିବା ହମଲାରେ ପାକିସ୍ତାନୀ ସେନାର ୩ ଜଣ କମାଣ୍ଡୋ ପ୍ରାଣ ହରାଇଛନ୍ତି। 

Advertisment

ସେହିପରି ଆକ୍ରମଣରେ ସାମିଲ ଥିବା ୩ ଜଣ ମଧ୍ୟ ନିହତ ହୋଇଛନ୍ତି। ଏହି ଗୁଳିମାଡ଼ ଓ ଡବଲ ବିସ୍ଫୋରଣ(Blast)ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। 

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ପ୍ରଥମେ ଆକ୍ରମଣ ହୋଇଥିଲା। ପ୍ରଥମ ଆକ୍ରମଣକାରୀମାନେ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟ ଗେଟ୍‌ ନିକଟରେ ଡବଲ ବିସ୍ଫୋରଣ କରିଥିଲେ। ଏହାପରେ ବନ୍ଧୁକଧାରୀମାନେ ଏହା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନେ ଆଖିବୁଜା ଗୁଳି ମାଡ଼ କରିବାରୁ କମାଣ୍ଡୋ ଓ ପୁଲିସ୍‌ ୟୁନିଟ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଏହି ସମୟରେ ବିଲଡିଂ ପରିସରରେ ୩ ଆକ୍ରମଣକାରୀ ନିହତ ହୋଇଥିଲେ।

Advertisment

ନ୍ୟୁଜ ଏଜେନ୍ସି ରୟଟର୍ସର କହିବା କଥା ଯେ କମ୍ପ୍ଲେକ୍ସର ପ୍ରବେଶ ପଥରେ ହୋଇଥିବା ହୋଇଥିବା ବିସ୍ଫୋରଣରେ ହିଁ ୩ ଜଣ କମାଣ୍ଡୋ ପ୍ରାଣ ହୋଇଥିଲେ। ୩ ଆକ୍ରମଣକାରୀ ଗୁଳି ବିନିମୟ ସମୟରେ ହିଁ ନିହତ ହୋଇଛନ୍ତି।

ପେଶାୱାର କ୍ୟାପିଟାଲ ସିଟି ପୁଲିସ ଅଫିସର ଡ ମିଆଁ ସୟିଦ କହିଛନ୍ତି ଯେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି ଓ ସମ୍ଭାବ୍ୟ ବିପଦକୁ ଯାଞ୍ଚ କରାଯାଉଛି। ଆଉ କୌଣସି ଆତଙ୍କବାଦୀ ବିଲଡିଂ ଭିତରେ ରହିଛନ୍ତି କି ନାହିଁ, ତା’କୁ ନିଶ୍ଚିତ କରାଯାଉଛି।

ଘଟଣା ପରେ ପୂରା ଅଞ୍ଚଳରେ ହାଲଆଲର୍ଟ ମଧ୍ୟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂକୁ ଜୋରଦାର କରାଯାଇଛି। ତେବେ ଏଯାଏ କୌଣସି ଗତିବଧି ସମ୍ପର୍କରେ ସୂଚନା ମିଳିନାହିଁ। ତଥାପି ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ କଡ଼ାକଡ଼ି କରିଛି। ସମସ୍ତ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି। 

Blast Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe