Advertisment

ପାକିସ୍ତାନରେ ଭୟାନକ ଦୁର୍ଘଟଣା, ୩୦ ମୃତ

ରାତିରେ ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ପୁଲିସକୁ ବହୁ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
accident

accident

ପାକିସ୍ତାନରେ ଏକ ଭୟାନକ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ସହ ବିପରିତ ଦିଗରୁ ଆସୁଥିବା କାର ସହ ସାମ୍ନାସାମ୍ନି ଧକ୍କା ହୋଇଛି। ମଙ୍ଗଳବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। କୋହିସ୍ତାନର ଖାଇବର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଜିଓ ନ୍ୟୁଜ୍ ରିପୋର୍ଟ ମୁତାବକ ଏହି ଯାତ୍ରୀବାହି ବସ୍ ଗିଲଗିଟ୍‌ରୁ ରାୱଲପିଣ୍ଡି ଆସୁଥିଲା। ଅପରପାର୍ଶ୍ୱରୁ ଆସୁଥିବା ଏକ କାର୍‌ ସହ ଏହା ଧକ୍କା ହେବା ପରେ ଓଲଟି ପଡ଼ିଥିଲା।

Advertisment

ଦୁର୍ଘଟଣାରେ ସ୍ଥାନୀୟ ଲୋକ, ପୁଲିସ ଓ ପ୍ରଶାସନିକ କର୍ମଚାରୀ ଆହତଙ୍କୁ ନିକଟସ୍ଥ ଆରଏଚ୍‌ସି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ରାତିରେ ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ପୁଲିସକୁ ବହୁ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ଗୀଲଗୀଟ୍ ବାଲିଚିସ୍ତାନ ମୁଖ୍ୟମନ୍ତ୍ରୀ ଖାଲିଦ୍ ଖୁରସିଦ୍ ସମସ୍ତ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହାଛଡ଼ା ଲୋକଙ୍କୁ ସହାୟତା କରିବା ନିମନ୍ତେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଥାଉକି, ପାକିସ୍ତାନରେ ସଡ଼କ ଦୁର୍ଘଟଣା ଏକ ସାମାନ୍ୟ ଘଟଣାରେ ପରିଣତ ହୋଇଯାଇଛି। ଖରାପ ରାସ୍ତା ଯୋଗୁ ଏଠାରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବଢ଼ୁଛି। ଗତମାସରେ ବାଲୋଚୁସ୍ତାନର ଲାସବେଲାରେ ଏଭଳି ଏକ ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Roadaccident