Advertisment

ନିଜ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ ସେନା, ମହିଳା ଓ ଶିଶୁଙ୍କ ସମେତ ୩୦ ମୃତ

ରାତି ୨ଟାରେ ପାକିସ୍ତାନ ଏୟାର ଫୋର୍ସ ଯୁଦ୍ଧ ବିମାନ ଜରିଆରେ ୮ଟି ଏଲଏସ-୬ ବୋମା ତିରାହ ଭ୍ୟାଲିରେ ଥିବା ମାତ୍ରେ ଦାରା ଗାଁ ଉପରେ ମାଡ଼ କରିଛି।

Attack

Attack

Advertisment

ହିଂସାର ସବୁ ସୀମା ପାର କରି ଯାଇଛି ପାକିସ୍ତାନ ସେନା। ନିଜ ଲୋକଙ୍କ ସଂହାର କରିବାକୁ ପଛାଇ ନେଇ ପାକିସ୍ତାନ। ଆତଙ୍କବାଦୀ ନିରୋଧ ଅପରେସନ ନାଁରେ ସାଧାରଣ ଲୋକ ଜୀବନ ନେବାରେ ଲାଗିଛି ପାକିସ୍ତାନ। ନିଜ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ କରି ନିରୀହ ପାକିସ୍ତାନୀଙ୍କୁ କରାଯାଇଛି ହତ୍ୟା। ନ୍ୟାୟ ପାଇଁ ଦାବି କରି ପାକିସ୍ତାନୀ ସେନାର ବିରୋଧ କରୁଥିବା ଲୋକଙ୍କ ସ୍ୱରକୁ ଚାପିବାକୁ ଚାଲିଛି ସାଂଘାତିକ ଖେଳ।

Advertisment

ପାକିସ୍ତାନ ଏୟାର ଫୋର୍ସ ପକ୍ଷରୁ ସୋମବାର ଖାୟବର ପାଖତୁନଖ୍ୱାରେ କରାଯାଇଛି ଏୟାର ଷ୍ଟ୍ରାଇକ। ରାତି ୨ଟାରେ ପାକିସ୍ତାନ ଏୟାର ଫୋର୍ସ ଯୁଦ୍ଧ ବିମାନ ଜରିଆରେ ୮ଟି ଏଲଏସ-୬ ବୋମା ତିରାହ ଭ୍ୟାଲିରେ ଥିବା ମାତ୍ରେ ଦାରା ଗାଁ ଉପରେ ମାଡ଼ କରିଛି। ଚାଇନା ନିର୍ମିତ ଜେଏଫ-୧୭ ଯୁଦ୍ଧ ବିମାନର ବ୍ୟବହାର କରି ପାକିସ୍ତାନ ସେନେ ପସ୍ତୁନ ବହୁଳ ଏହି ଗାଁରେ କରିଛି ଏୟାର ଷ୍ଟ୍ରାଇକ। ଏଥିରେ ୩୦ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ରହିଛନ୍ତି। ଏହି ନରସଂହାରର ଭୟଙ୍କର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

ସାଧାରଣ ଲୋକ ମରି ପଡ଼ିଥିବା ବେଳେ ଗାଁରେ ଥିବା ଅଧିକାଂଶ ଘର ଛିନଛତ୍ର ହୋଇଯାଇଛି। ଅନେକ ଲୋକ ଏହି ଏୟାର ଷ୍ଟ୍ରାଇକରେ ଆହତ ମଧ୍ୟ ହୋଇଛନ୍ତି। ଘଟଣା ସ୍ଥଳରେ ମହିଳାଙ୍କ ଠାରୁ ଛୋଟ ପିଲାଙ୍କ ମୃତଦେହ ଇତସ୍ତତ ଭାବେ ପଡ଼ି ରହିଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ମୃତାହତଙ୍କୁ ଖୋଜିବାରେ ଲାଗିଛନ୍ତି। ଅନେକ ଲୋକ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ଖାୟବର ପାଖତୁନଖ୍ୱାରେ ପାକିସ୍ତାନ ସେନା ବିରୋଧର ସମ୍ମୁଖୀନ ହେଉଥିବା ବେଳେ ବେଶ କିଛି ମାସ ହେବ ଏଠାରେ ଆତଙ୍କବାଦ ନିରୋଧ ଅପରେସନ ନାଁରେ ଇସଲାମାବାଦ ନରସଂହାର ଆରମ୍ଭ କରିଛି। ସାଧାରଣ ଲୋକ ସେନାକୁ ଟାର୍ଗେଟ କରୁଥିବାରୁ ଏହାକୁ ଆତଙ୍କବାଦୀ ଘଟଣାର ନାଁ ଦିଆଯାଉଛି। ଏହାପରେ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି।

Terror Attack Khyber Pakhtunkhwa Pakistan Air Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe