Advertisment

Russian strike on Ukraine: ରେଳ ଷ୍ଟେସନରେ ଡ୍ରୋନ ମାଡ଼: ଜଳିଲା ଟ୍ରେନ, ୩୦ ଜଣଙ୍କ ମୃତ୍ୟୁ

ଯାତ୍ରୀବାହୀ ଟ୍ରେନଟି ଶୋଷ୍ଟାକରୁ କିଭ ଯିବାର ଥିଲା। ଏହା ମଧ୍ୟରେ ସାଧାରଣ ଲୋକ ଓ ରେଳ କର୍ମଚାରୀ ରହିଥିଲେ। ଟ୍ରେନଟି ଷ୍ଟେସନ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଡ୍ରୋନ ହମଲାରେ ଗୋଟିଏ ବଗି ପୂରା ଛିନଛତ୍ର ହୋଇଯାଇଛି।

Train

କ୍ଷତିଗ୍ରସ୍ତ ଟ୍ରେନ୍‌

Advertisment

ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛି ରୁଷ। ଆଜି ରୁଷ(Russia) ପକ୍ଷରୁ ୟୁକ୍ରେନର ଉତ୍ତର ପ୍ରାନ୍ତରେ ଥିବା ସୁମୀ ରିଜନର ଗୋଟିଏ ରେଳ ଷ୍ଟେସନରେ ଡ୍ରୋନ ଦ୍ୱାରା ହମଲା କରାଯାଇଛି। ଏଥିରେ ଏକାଧିକ ଟ୍ରେନ ଜଳି ଯାଇଥିବା ବେଳେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛି। ବ୍ୟାପକ ରେଳବାଇ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। 

Advertisment

ୟୁକ୍ରେନ(Ukraine) ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି ହମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ଏପରି ଏୟାର ଆକ୍ରମଣକୁ ସେ ଅସଭ୍ୟ ବୋଲି କହିଛନ୍ତି। ଆକ୍ରମଣ ବେଳେ ଟ୍ରେନରେ ସାଧାରଣ ଲୋକ ଓ ରେଳ କର୍ମଚାରୀ ଥିଲେ। ଆକ୍ରମଣ ପରେ ଟ୍ରେନଟି ହୁତହୁତ ହୋଇ ଜଳୁଥିବାର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଜେଲେନସ୍କି ଜଳୁଥିବା ଟ୍ରେନର ଭିଡିଓକୁ ଜାରି କରି କହିଛନ୍ତି ଯେ ଏହି ଯାତ୍ରୀବାହୀ ଟ୍ରେନଟି ଶୋଷ୍ଟାକରୁ କିଭ ଯିବାର ଥିଲା। ଏହା ମଧ୍ୟରେ ସାଧାରଣ ଲୋକ ଓ ରେଳ କର୍ମଚାରୀ ରହିଥିଲେ। ଟ୍ରେନଟି ଷ୍ଟେସନ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଡ୍ରୋନ ହମଲାରେ ଗୋଟିଏ ବଗି ପୂରା ଛିନଛତ୍ର ହୋଇଯାଇଛି।

Advertisment

ପ୍ରାଥମିକ ଯାଞ୍ଚରୁ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୂରା ରେଳ ଷ୍ଟେସନରେ ଏମର୍ଜେନ୍ସି ଲାଗୁ କରାଯାଇଛି। ସବୁ ଏଜେନ୍ସିର ଅଧିକାରୀ ସେଠାରେ ଉପସ୍ଥିତ ଥିବା ଜେଲେନସ୍କି ସୂଚନା ଦେଇଛନ୍ତି। 

ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ଆଲୋଚନା ବିଳମ୍ବିତ ହେଉଥିବା ବେଳେ ରୁଷର ଏପରି ଆକ୍ରମଣକୁ ବଡ଼ା ଭାଷାରେ ନିନ୍ଦା କରିଛନ୍ତି ଜେଲେନସ୍କି। ସେ ରୁଷ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଓ କେବଳ କଥାରେ ଏହାକୁ ନିନ୍ଦା କରିବା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। ରୁଷର ଏପରି ଆକ୍ରମଣ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମାନ ବୋଲି ଜେଲେନସ୍କି ଏକ୍ସରେ ପୋଷ୍ଟ କରିଛନ୍ତି। 

ସେ କହିଛନ୍ତି, “ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ଭଲ ଭାବେ ଜାଣିଛି। ଏପରି ଆତଙ୍କବାଦକୁ ବିଶ୍ୱ ଅଣଦେଖା କରିବା ଉଚିତ ନୁହେଁ। ପ୍ରତିଦିନ ରୁଷ ସାଧାରଣ ଲୋକଙ୍କ ଜୀବନ ନେଉଛି। କେବଳ ଉପଯୁକ୍ତ ଶକ୍ତି ହିଁ ଏହାକୁ ବନ୍ଦ କରିପାରିବେ। ଆମେ ୟୁରୋପ ଓ ଆମେରିକା ତୁଣ୍ଡରୁ ଅନେକ ଭାଷଣ ଶୁଣିଛୁ। ଏବେ ଏହାକୁ ବାସ୍ତବ ରୂପ ଦେବାର ସମୟ ଆସି ଯାଇଛି। ଏବେ ଆଉ କଥାରେ କାମ ଚଳିବ ନାହିଁ। କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।” 

ରୁଷ ଆଜି ଟ୍ରେନକୁ ଟାର୍ଗେଟ କରିବାକୁ ଏହାକୁ ୟୁରୋପୀୟ କମିଶନର ସଭାପତି ଉରସୁଲା ଭନ ଡେର ଲେୟେନ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ରୁଷିଆ ବର୍ବରତାରେ ୟୁକ୍ରେନର ନାଗରିକ ଭାବେ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାରେ ଲାଗିଥିବା ସେ ମତ ରଖିଛନ୍ତି। 

Ukraine Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe