/odisha-reporter/media/media_files/2026/03/02/israle-2026-03-02-13-38-19.jpg)
ଇସ୍ରାଏଲର ଆକ୍ରମଣ
ଇରାନ ପରେ ଲେବାନନର ବେରୁଟରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଏଥିରେ ୩୧ ଜଣ ପ୍ରାଣ ହରାଇଥିବା ବେଳେ ୧୪୯ ଜଣ ଆହତ ହୋଇଛନ୍ତି। ଇରାନରେ ଇସ୍ରାଏଲ ଘନଘନ ଆକ୍ରମଣ କରି ସୁପ୍ରିମ ଲିଡର ଖାମେନେଇଙ୍କୁ ହତ୍ୟା କରିଥିବାରୁ ତେହରାନ ସମର୍ଥନରେ ହେଜବୁଲ୍ଲା ବାହାରିଛି।
ଲେବାନରର ବେରୁଟ ଉପକଣ୍ଠରେ ସକ୍ରିୟ ଥିବା ଏହି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ଓ ଡ୍ରୋନ ମାଡ଼ କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ବେରୁଟରେ ଇସ୍ରାଏଲ ଆକ୍ରମଣ କରିଥିବା ଜଣାପଡ଼ିଛି।
ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଲେବାନରର ବେରୁଟ ସମେତ ଏକାଧିକ ଠିକଣାରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏଥିରେ ୩୧ ଜଣ ହେଜବୋଲ୍ଲା ସଦସ୍ୟ ପ୍ରାଣ ହରାଇଛନ୍ତି। ହେଜବୋଲ୍ଲା ପ୍ରଥମେ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ମାଡ଼ କରିଥିବାରୁ ଏହାର ଜବାବ ସୋମବାର ଦିଆଯାଇଛି।
ଇସ୍ରାଏଲ ସେନା ଲେବାନନର ବିଭିନ୍ନ ସ୍ଥାନରେ ଥିବା ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ହିଁ କେବଳ ଟାର୍ଗେଟ କରିଛନ୍ତି। । ହେଜବୋଲ୍ଲା ଏକାଧିକ ମିସାଇଲ ଓ ଡ୍ରୋନ ମାଡ଼ କରିବାରୁ ତେଲ ଅଭିଭ ଓ ଜେରୁଜେଲମରେ ଯୁଦ୍ଧ ସାଇରାନ ବଜାଇ ଲୋକଙ୍କୁ ବଙ୍କରକୁ ଯିବାକୁ କୁହାଯାଇଥିଲା। ଏହାପର ଜବାବ ସ୍ୱରୂପ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ କହିଛି।
ଏହି ଆକ୍ରମଣର କିଛି ସମୟ ପୂର୍ବରୁ ଇସ୍ରାଏଲ ଉପରେ ହୋଇଥିବା ଘନଘନ ମିସାଇଲ ମାଡ଼ ପାଇଁ ନିଜକୁ ଦାୟୀ କରିଥିଲା ହେଜବୋଲ୍ଲା। ସଂଗଠନ କହିଥିଲା ଯେ ଆୟୋତୁଲ୍ଲା ଇମାମ ସୟିଦ ଅଲୀ ଅଲ ହୁସେନ ଖାମେନେଇଙ୍କ ସୁଦ୍ଧ ରକ୍ତ, ଲେବାନନ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ହେଜବୋଲ୍ଲା ରକେଟ ଓ ଡ୍ରୋନ ଇସ୍ରାଏଲକୁ ମାଡ଼ କରିଛି।
୨୦୨୪ ଯୁଦ୍ଧ ବିରତି ପରେ ପ୍ରଥମଥର ପାଇଁ ହେଜବୋଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଏବେ ଆକ୍ରମଣ କରାଯାଇଛି। ଇସ୍ରାଏଲ ମଧ୍ୟ ଏପରି ଆକ୍ରମଣର ଜବାବ ଦେବାକୁ ପଛାଇ ନାହିଁ। ଫଳରେ ଦୁଇ ପକ୍ଷ ମଧ୍ୟରେ ପୁଣି ଉତ୍ତେଜନା(Middle East) ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
