/odisha-reporter/media/post_attachments/uploadimage/library/16_9/16_9_0/IMAGE_1696743928.jpg)
Afghanistan
ପଶ୍ଚିମ ଆଫଗାନିସ୍ତାନର ହେରାଟ ପ୍ରଦେଶରେ ଗତକାଲି ଭୂକମ୍ପ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୨ଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
Advertisment
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହେରାଟର ଜିନ୍ଦା ଜାନ ଓ ଘୋରୟାନ ଜିଲ୍ଲାରେ ୧୨ଟି ଗାଁରେ ପୂରା ଧ୍ୱଂସ ହୋଇଯାଇଛି। ଫରାହ ଓ ବାଦଗୀସ ପ୍ରଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି।
ହେରାଟ ପ୍ରଦେଶରେ ଗତକାଲି ପ୍ରାୟ ୬ ଥର ଭୂକମ୍ପ ହୋଇଥିଲା। ତେବେ ସବୁଠୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଥିଲା।
Advertisment
ଆଫଗାନିସ୍ତାନ ଏକ ଭୂକମ୍ପ ପ୍ରବଣ ଦେଶ। ୨୦୨୨ରେ ପୂର୍ବ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ୧୫୦୦ରୁ ଅଧିକ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
