Advertisment

ଲୋକଙ୍କ ଉପରେ ମାଡ଼ି ଗଲା ଦ୍ରୁତଗାମୀ କାର, ଚାଲିଗଲା ୩୫ ଜୀବନ

ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

China

China

Advertisment

କ୍ରୀଡ଼ା କେନ୍ଦ୍ର ବାହାରେ ଶତାଧିକ ଲୋକ ଛିଡ଼ା ହୋଇଥିଲେ। ଅନେକ ଲୋକ ରାସ୍ତାରେ ଚାଲି ଚାଲି ମଧ୍ୟ ଯାଉଥିଲେ। ଏହି ସମୟରେ ହଠାତ ଗୋଟିଏ ଦ୍ରୁତଗାମୀ କାର ଆସିବା ସହ ଲୋକଙ୍କ ଉପରେ ମାଡ଼ି ଯାଇଛି। ଏଥିଯୋଗୁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪୩ ଜଣ ଆହତ ହୋଇଛନ୍ତି।

Advertisment

ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଚାଇନାର ଝୁହୈ ସହରରେ ଏପରି ଘଟଣା ଘଟିଛି। ଏଠାରେ ଥିବା କ୍ରୀଡ଼ା କେନ୍ଦ୍ର ବାହାରେ କାର ଧକ୍କା ଯୋଗୁ ଲୋକମାନେ କେମିତି ରାସ୍ତାରେ ପଡ଼ି ରହିଛନ୍ତି, ତା’ର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଘଟଣା ପରେ ଦୁର୍ଘଟଣା ଘଟାଇଥିବା କାରକୁ ଚଳାଉଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ୍‌ ତୁରନ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ‍ଫାନ। ସେ ଜାଣିଶୁଣି ଗୋଟିଏ ଛୋଟ କାରକୁ ଦ୍ରୁତଗତିରେ ଚଳାଇବା ସହ କ୍ରୀଡ଼ା କେନ୍ଦ୍ର ବାହାରେ ଛଡ଼ା ହୋଇଥିବା ଲୋକଙ୍କ ଉପରେ ମଡ଼ାଇ ଦେଇଥିବା କୁହାଯାଉଛି। 

Advertisment

ଘଟଣାଟି ସନ୍ଧ୍ୟା ୭.୪୮ ସମୟରେ ଘଟିଥିଲା। ଫାନ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଫାନ ଜାଣିଶୁଣି ଏପରି ଘଟଣା ଘଟାଇଥିବା କୁହାଯାଉଥିଲେ ହେଁ ଅଧିକାରୀମାନେ ଏଯାଏ ଘଟଣା ପଛର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଝୁହୈରେ ଦିନକ ପରେ ବଡ଼ଧରଣର ଏୟାରଶୋ’ ଖୋଲିବାର କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ କ୍ରୀଡ଼ା କେନ୍ଦ୍ର ବାହାରେ ଏପରି ଘଟଣା ଘଟିଛି।

Accident China Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe