Advertisment

ଓଲଟିଲା ବସ୍‌, ୩୫ ତୀର୍ଥଯାତ୍ରୀ ମୃତ

ସେହିପରି ୧୮ ଜଣ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

author-image
Madhupriya Mistry
Bus Accident

Bus Accident

ଓଲଟିଲା ତୀର୍ଥଯାତ୍ରୀ ବସ୍‌। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ସେହିପରି ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇରାନ୍‌ରେ ଘଟିଛି ଏଭଳି କଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନରୁ ଇରାକକୁ ଶିଆ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଇରାନର ୟାଜଦ୍‌ରେ ଓଲଟି ପଡିଛି। ଫଳରେ ଏଥିରେ ଥିବା ୩୫ ପାକିସ୍ତାନ ନଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୮ ଜଣ ଆହତ ହୋଇଛନ୍ତି।

ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ରାତିରେ ଇରାନର ମଧ୍ୟ ପ୍ରାନ୍ତରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ମୋଟ ୫୩ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶର ଲାର୍କାନା ସହରରୁ ଆସିଥିଲେ। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment

ଇରାନର ଜରୁରୀକାଳୀନ ଅଧିକାରୀ ମହମ୍ମଦ ଅଲି ମଲେକଜାଦେଙ୍କ ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସମସ୍ତ ତୀର୍ଥଯାତ୍ରୀ ସପ୍ତମ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଜଣେ ଶିଆ ଭବିଷ୍ୟ‌ବକ୍ତାଙ୍କ ଶହୀଦ ହେବାର ୪୦ ତମ ବର୍ଷିତ ଉତ୍ସବରେ ଅନୁଷ୍ଠିତ ଏକ ରୀତିନୀତି ଆର୍ବାଏନ୍ ପାଇଁ ଇରାକ ଅଭିମୁଖେ ଯାଉଥିଲେ। ସମସ୍ତ ତୀର୍ଥଯାତ୍ରୀ ଆର୍ବାଇନ୍‌ଙ୍କ ସ୍ମୃତିରେ ହେବାକୁ ଥିବା ଉତ୍ସବରେ ଭାଗ ନେବାକୁ ଯାଉଥିଲେ। ପ୍ରତିବର୍ଷ ଏହି ସମାରୋହକୁ ସପ୍ତମ ଶତାବ୍ଦୀରେ ଜଣେ ଶିଆ ସାଧୁଙ୍କ ଶ୍ରଦ୍ଧ ବାର୍ଷିକି ଅବସରରେ କରାଯାଏ। ଶିଆ ସାଧୁଙ୍କ ମୃତ୍ୟୁର ହୋ ୪୦ତମ ଦିନରେ ଏହି ସମାରୋହ ପାଳନ କରାଯାଏ।

Accident Iran Bus Overturns Pakistani Pilgrim