Advertisment

ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଚାଲିଲା ଗୁଳି: ୩୬ ମୃତ, ୨୦୦ରୁ ଅଧିକ ଆହତ

ଲୋକମାନେ ଭୋକରେ ଆଉଟ ପାଉଟ ହେଉଥିବା ବେଳେ ସୀମିତ ସଂଖ୍ୟାରେ ସହାୟତା ଟ୍ରକ ଇସ୍ରାଏଲ ପକ୍ଷରୁ ଗାଜାକୁ ଛଡ଼ା ଯାଉଛି।

Hamsa

Hamsa

Advertisment

ଗାଜାରେ ଇସ୍ରାଏଲ ସେନା କରୁଥିବା ହମଲା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ଆକ୍ରମଣରେ କେବଳ ହମାସ ସଦସ୍ୟ ନୁହନ୍ତି, ବରଂ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଇସ୍ରାଏଲ ହମଲା ଯୋଗୁ ଗାଜାରେ ଖାଦ୍ୟାଭାବ ମଧ୍ୟ ଦେଖାଯାଉଛି। ଲୋକମାନେ ଭୋକରେ ଆଉଟ ପାଉଟ ହେଉଥିବା ବେଳେ ସୀମିତ ସଂଖ୍ୟାରେ ସହାୟତା ଟ୍ରକ ଇସ୍ରାଏଲ ପକ୍ଷରୁ ଗାଜାକୁ ଛଡ଼ା ଯାଉଛି।

Advertisment

ସୀମିତ ପରିମାଣର ଖାଦ୍ୟ ମିଳୁଥିବାରୁ ଲୋକମାନେ ଏହାକୁ ନେବାକୁ ପ୍ରବଳ ଭିଡ଼ କରୁଛନ୍ତି। ଏହିକ୍ରମରେ ମଙ୍ଗଳବାର ଗାଜାରେ ଖାଦ୍ୟ ପାଇଁ ଭିଡ଼ କରିଥିବା ଲୋକଙ୍କ ଉପରେ ଚାଲିଛି ଗୁଳି। ଏଥିରେ ୩୬ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏହାକୁ ମିଶାଇ ଗାଜାରେ ଖାଦ୍ୟ ପାଇଁ ଅପେକ୍ଷା କରିବା ବେଳେ ପ୍ରାଣ ହରାଇଥିବା ସାଧାରଣ ଲୋକଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାପୂର୍ବରୁ ଗାଜାର ଦକ୍ଷିଣ ପ୍ରାନ୍ତରେ ଥିବା ରାଫା ସହରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏଠାରେ ସହାୟତା ମାଗୁଥିବା ଲୋକଙ୍କ ଉପରେ ଗୁଳି ମାଡ଼ ହେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ନର୍ଦ୍ଦନ ଗାଜାରେ ମଧ୍ୟ ଖାଦ୍ୟ ସହାୟତା ପାଇଁ ଅପେକ୍ଷା ଲୋକଙ୍କ ଉପରେ ଗୁଳି ଚାଲିବାରୁ ୨ ଜଣ ବ୍ୟକ୍ତି ଓ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୩୦ ଜଣ ଆହତ ମଧ୍ୟ ହୋଇଛନ୍ତି।

Advertisment

ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି ଯେ ଖାଦ୍ୟ ସହାୟତା ବଣ୍ଟନର ଅନେକ ଘଣ୍ଟା ପୂର୍ବରୁ ଲୋକମାନେ ଭିଡ଼ ଜମାଇଥିଲେ। ସମୟ ଗଡ଼ିବା ସହ ଭିଡ଼ ମଧ୍ୟ ବଢ଼ି ଚାଲିଥିଲା। ଶହଶହ ଲୋକ ରାତି ପ୍ରାୟ ୨ଟାରେ ଏକାଠି ହୋଇଥିବା ବେଳେ ହଠାତ୍‌ ଇସ୍ରାଲ ଡ୍ରୋନ ଓ ଟ୍ୟାଙ୍କରୁ ଗୁଳି ବର୍ଷା କରାଯାଇଥିଲା। ଏଥିଯୋଗୁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି।

ତେବେ ଇସ୍ରାଏଲ ଓ ଆମେରିକା ପ୍ରାୟୋଜିତ ଗାଜା ମାନବୀୟ ସଂଗଠନ ପକ୍ଷରୁ ସହାୟତା ବଣ୍ଟନ ସ୍ଥଳରେ କୌଣସି ପ୍ରକାରର ହିଂସାକାଣ୍ତ ଘଟି ନଥିବା ସଫେଇ ଦିଆଯାଇଛି। ଖାଦ୍ୟ ବଣ୍ଟନ ବେଳେ ଅନେକ ସ୍ଥାନରେ ଭିଡ଼ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉ ନାହିଁ।

ତେଣୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଲୋକଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ସହାୟତା ପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଭିଡ଼ର ଫାଇଦା ଉଠାଇ ହମାସ ସଦସ୍ୟମାନେ ଇସ୍ରାଏଲ ସେନାକୁ ଟାର୍ଗେଟ କରୁଛନ୍ତି। ତେଣୁ ସେମାନଙ୍କୁ ମାତ ଦେବାକୁ ଇସ୍ରାଏଲ ସେନା ମଧ୍ୟ ପୂର୍ବରୁ ପାଲଟା ଆକ୍ରମଣ କରିଥିବା ସ୍ୱୀକାର କରିଛି। 

Israel Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe