Advertisment

ପାକିସ୍ତାନରେ ଆତଙ୍କୀ ହମଲା; ୩୮ ମୃତ, ୨୯ ଆହତ

ଯାତ୍ରୀବାହୀ ଭ୍ୟାନ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ।

author-image
Debibandita Barick
ଅଦ୍ୟତନ ହୋଇଛି
Security Forces

Security Forces

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇଛି। ଖାଇବର ପଖତୁନଖ୍ୱାରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।

Advertisment

ରିପୋର୍ଟ ଅନୁସାରେ, ଏକ ଯାତ୍ରୀବାହୀ ଭ୍ୟାନ୍ ଭ୍ୟାନ୍ ଯାଉଥିବା ସମୟରେ ଖାଇବର ପଖତୁନଖ୍ୱାର ଡାଉନ୍ କୁର୍ରମ ଅଞ୍ଚଳରେ ଏହା ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୩୮ ଜଣଙ୍କ ଜୀବନ ଚାଲି ଯାଇଛି। ଏଥିସହ ୨୯ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।

ଖାଇବର ପଖତୁନଖ୍ୱାର ମୁଖ୍ୟ ସଚିବ ନଦୀମ ଆସଲାମ ଚୌଧରୀ ଆତଙ୍କୀ ହମଲାକୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି, ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଥିଛି ବୋଲି ନଦୀମ କହିଛନ୍ତି।

Advertisment

ଅନ୍ୟ ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଦୁଇଟି ଯାତ୍ରୀବାହୀ ଭ୍ୟାନ୍ ବିପରୀତ ଦିଗରୁ ଆସୁଥିଲା। ଗୋଟିଏ ପେଶୱାରରୁ ପାରଚୀନର ଯାଉ ଥିବାବେଳେ ଅନ୍ୟଟି ପାରଚୀନରରୁ ପେଶୱାର ଯାଉଥିଲା। ଏହି ସମୟରେ ଆତଙ୍କବାଦୀମାନେ ଦୁଇଟି ଭ୍ୟାନ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।" 

ସେପଟେ, ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲି ଜର୍ଦାରୀ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ନିରୀହ ଲୋକଙ୍କ ଉପରେ ଏପରି ଆକ୍ରମଣ ଆମାନବୀୟ ବୋଲି ସେ କହିଛନ୍ତି। 

Pakistan Terror Attack