Advertisment

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୩୮ ମୃତ, ସାମ୍ନାକୁ ଆସିଲା କାରଣ

ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍‌ ଟ୍ୟାଙ୍କ୍‌। ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ବୁଧାବାର କାଜାଖସ୍ତାନର ଅକତାଉ ସହର ନିକଟରେ ଆଜରବୈଜାନର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଏବେ ଏହି ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନରେ ୬୭ ଯାତ୍ରୀ ଓ ୫ ଜଣ କ୍ରୁ ସଦସ୍ୟ ଥିଲେ। କାଜାଖସ୍ତାନର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

Advertisment

ରୁଷର ନ୍ୟୁଜ୍ ଏଜେନ୍ସି ଇଣ୍ଟରଫ୍ୟାକ୍ସ ଅନୁଯାୟୀ ଉପ-ପ୍ରଧାନମନ୍ତ୍ରୀ କାନାଟ ବୋଜୁମ୍ବାଏଭ ଆଜରବୈଜାନର ଅଧିକାରୀଙ୍କ ସହ ଏକ ବୈଠକରେ ମୃତ୍ୟୁସଂଖ୍ୟା ପ୍ରକାଶ କରିଛନ୍ତି। ବିମାନରେ ଥିବା ୬୭ ଜଣ ଜଣଙ୍କ ମଧ୍ୟରୁ ୩୨ଜଣ ବଞ୍ଚିଥିବା ଆଜରବୈଜାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବରୁ କହିଥିଲା।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଗତକାଲି ଆଜରବୈଜାନର ବାକୁରୁ ରୁଷର ଗ୍ରୋଜନି ଆଡକୁ ଉଡାଣ ଭରିଥିଲା। ତେବେ ପାଗ ଅନକୂଳ ନଥିବାରୁ କାଜାଖସ୍ତାନର ଅକତାଉ ସହରରେ ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ଼ ହୋଇ ଆଖି ପିଛୁଳାକେ ନିଆଁ ପିଣ୍ଡୁଳା ପାଲଟିଥିଲା।

Advertisment

ସୂଚନା ଅନୁସାରେ ଆକାଶରେ ବିମାନ ଉଡାଣ କରୁଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ ପାଇଲଟ। ଜରୁରୀ ଅବତରଣ ପାଇଁ ବିମାନବନ୍ଦରକୁ ଅନୁମତି ମଧ୍ୟ ମାଗିଥିଲା। କେବଳ ସେତିକି ନୁହେଁ କିଛି ସମୟଧରି ବିମାନବନ୍ଦର ଚାରିପଟେ ଘୁରିବୁଲଥିଲା ବିମାନ।

ଏହା ପରେ ପକ୍ଷୀ ମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍‌ ଟ୍ୟାଙ୍କ।  ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ  ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

Plane Crash Kazakhstan Azerbaijani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe