Advertisment

ଟ୍ରକ୍‌କୁ ପିଟିଲା ବସ୍‌, ୩୮ ମୃତ

ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ଟ୍ରକ୍‌କୁ ଧକ୍କା ହେବା ପରେ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

author-image
Madhupriya Mistry
Accident

Accident

ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ୍‌କୁ ପିଟିଲା ବସ୍‌। ଧକ୍କା ପରେ ବସ୍‌ରେ ଲାଗିଲା ନିଆଁ। ଫଳରେ ଜୀଅନ୍ତା ଜଳିଗଲେ ଯାତ୍ରୀ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୩ ଜଣ ଗୁରୁତର ହୋଇଛନ୍ତି। ବ୍ରାଜିଲ୍‌ର ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ଦକ୍ଷିଣ-ପୂର୍ବ ବ୍ରାଜିଲର ମିନାସ୍ ଜେରାଇସରେ ଶନିବାର ଏହି ଦୁର୍ଘଟଣା ଘଟିଛି। ଏଠାରେ ବସ୍ ଏବଂ ଟ୍ରକ୍ ମଧ୍ୟରେ ଏକ ଧକ୍କା ହୋଇଥିଲା। BR-116 ରାଜପଥରେ ମିନାସ୍ ଜେରାଇସର ଟିଫିଲୋ ଓଟୋନି ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ରାଜଧାନୀ ସାଓ ପାଉଲୋରୁ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ସମୟର ବସ୍‌ର ଟାୟର ଫାଟି ଯାଇଥିଲା। ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହାପରେ ଟ୍ରକ୍‌ ସହ ଯାଇ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଏକ କାର୍‌ ମଧ୍ୟ ଉକ୍ତ ଟ୍ରକ୍‌କୁ ଆସି ଧକ୍କା ହୋଇଥିଲା। ଏଥିରେ ୩ ଜଣ ଯାତ୍ରୀ ଥିଲେ।

ଧକ୍କା ହେବା ପରେ ବସ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଯାତ୍ରୀମାନେ ଜୀବନ୍ତ ଜଳି ଯାଇଥିଲେ। ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ବସ୍ ଡ୍ରାଇଭରଙ୍କ ସମେତ ମୃତ୍ୟୁ ସଂଖ୍ୟା ୩୮ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ବସ୍‌ରୁ ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି।

Advertisment

ଏନେଇ ଅଧିକାରୀ କହିଛନ୍ତି ଯେ ଫୋରେନସିକ୍ ଅନୁସନ୍ଧାନ ପରେ ହିଁ ଏହି ଦୁର୍ଘଟଣାର କାରଣ କ’ଣ ହେବ ତାହା ଜଣାପଡିବ। ରାଷ୍ଟ୍ରପତି ଲୁଇଜ ସୋଶାଲ ମିଡିଆରେ ଦୁର୍ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି। ସେହିପରି ମିନାସ୍ ଜେରାଇସ୍ ଗଭର୍ଣ୍ଣର ରୋମୁ ଜେମା ଟିଫିଲୋ ଓଟୋନିରେ BR-116 ରେ ଘଟିଥିବା ଏହି ଦୁଃଖଦ ଘଟଣାରେ ପୀଡିତମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ପରିବାରକୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Accident Brazil Bus Collides With Truck