Advertisment

ଜନ୍ମ ଦିନ ପାର୍ଟିରେ ଚାଲିଲା ଗୁଳି: ୪ ମୃତ, ଅନେକ ଆହତ

ଜଣେ କିଶୋରଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରାଯାଉଥିଲା। ଏହି ସମୟରେ ପ୍ରାୟ ୫୦ ଜଣ ଉପସ୍ଥିତ ଥିଲେ। ହଠାତ୍‌ ଲୋକଙ୍କୁ ଉପରକୁ ଗୁଳିମାଡ଼ ହୋଇଥିଲା।

author-image
Hemant Lenka
Shooting

Shooting

ଜନ୍ମ ଦିନ ପାର୍ଟି ଚାଲିଥିବା ବେଳେ ହଠାତ୍‌ ଚାଲିଛି ଗୁଳି। ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର ଅଲବାମାର ଗୋଟିଏ ଛୋଟିଆ ସହରରେ ଏପରି ଘଟଣା ଘଟିଛି।

Advertisment

ଅଲବାମାର ଡାଡେଭିଲ୍ଲେରେ ଜଣେ କିଶୋରଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରାଯାଉଥିଲା। ଏହି ସମୟରେ ପ୍ରାୟ ୫୦ ଜଣ ଉପସ୍ଥିତ ଥିଲେ। ହଠାତ୍‌ ଲୋକଙ୍କୁ ଉପରକୁ ଗୁଳିମାଡ଼ ହୋଇଥିଲା। ଭୟରେ ଲୋକମାନେ ଏଣେତେଣ ଦୌଡ଼ିବାରେ ଲାଗିଥିଲେ।

ତଥାପି ଗୁଳିମାଡ଼ ବନ୍ଦ ହୋଇ ନଥିଲା। ବେଶ କିଛି ସମୟ ଧରି ଚାଲିଥିବା ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

ଅଲବାମାର ସୁରକ୍ଷା ଏଜେନ୍ସି କହିଛି ଯେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଏଜେନ୍ସି ପକ୍ଷରୁ ଗୁଳିମାଡ଼ କିଏ କରିଥିଲା? ତା’ର ଉଦ୍ଦେଶ୍ୟ କ’ଣ? ସେ ଏଯାଏ ଧରାପଡ଼ିଛି କି ନାହିଁ, ସେ ବିଷୟରେ କିଛି ବି କୁହାଯାଇନି।

ଘଟଣା ସ୍ଥଳରେ ସୁରକ୍ଷାକର୍ମୀମାନେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।

USA Shooting