Advertisment

ବରଯାତ୍ରୀ ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼, ୪ ମୃତ

୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

Attack on Wedding Van

Attack on Wedding Van

Advertisment

ବରଯାତ୍ରୀ ନେଇ ଯାଉଥିବା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼। ଚାଲିଗଲା ୪ ଜଣଙ୍କ ଜୀବନ। ପାକିସ୍ତାନର ବଲୁଚିସ୍ତାନରେ ଏହି ଗୁଳିକାଣ୍ଡ ଘଟିଛି। 

Advertisment

ବଲୁଚିସ୍ତାନର ନାସିରାବାଦ ଜିଲ୍ଲାରେ ରବିବାର ଏକ ବରଯାତ୍ରୀ ନେଇ ଯାଉଥିବା ଭ୍ୟାନ୍ ଉପରେ ହଠାତ୍ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ କରିଛନ୍ତି। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ପୁଲିସ, ଶିଶୁ ଏବଂ ମହିଳାଙ୍କ ସମେତ ପ୍ରାୟ ୨୦ ଜଣ ଲୋକ ଏକ ଭ୍ୟାନ୍ ଜରିଆରେ ବରଯାତ୍ରୀ ନେଇ ଗାନ୍ଧୱା ଯାଉଥିଲେ। ସେମାନେ ସୋହେର ଲେଭିଜ ପୋଷ୍ଟରେ ପହଞ୍ଚିବା ପରେ କିଛି ଅଜ୍ଞାତ ବ୍ୟକ୍ତି ବାଇକ୍‌ରେ ଆସି ଗାଡ଼ି ଉପରେ ଧୂଆଁଧାର ଗୁଳିମାଡ଼ କରିଥିଲେ।

Advertisment

ଏ ସମ୍ପର୍କରେ ସୂଚନା ଦେଇ ଜାଲ ମାଗାସୀଙ୍କ ଡେପୁଟି କମିଶନର କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଆହତଙ୍କୁ ଉଦ୍ଧାର କରି ଗାନ୍ଧୱା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୱେଟାକୁ ସ୍ଥାନାନ୍ତର କରାଯାଇଛି। 

ତେବେ କେଉଁ କାରଣ ଯୋଗୁଁ ଏହି ଗୁଳିମାଡ଼ ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ। ବନ୍ଧୁକଧାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସାମ୍ପ୍ରଦାୟିକ ଶ୍ରତୁତା ହେତୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଆକ୍ରଣକାରୀଙ୍କ ଲୋକେସନ ଟ୍ରେସ୍ କରାଯିବା ସହ ପୁଲିସ ତଦନ୍ତ ଜାରି ରଖିଛି। 

ସେପଟେ ବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ଅବଦୁଲ କୁଦୋସ ବିଜେଞ୍ଜୋ ଜାଲ ମ୍ୟାଗସିଙ୍କ ଡେପୁଟି କମିଶନରଙ୍କଠାରୁ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Pakistan Shooter Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe