Advertisment

ନିଆଁ ନେଇଗଲା ବାପା ମା’ଙ୍କ ସମେତ ୨ ପିଲାଙ୍କ ଜୀବନ

କେରଳରୁ ଛୁଟି କାଟି କୁଏତ ଫେରିଥିଲେ। ସେଠାରେ ଥିବା ନିଜର ଫ୍ଲାଟକୁ ଯାଇଥିଲେ।

Kerala

Kerala

Advertisment

କେରଳରୁ ଛୁଟି କାଟି କୁଏତ ଫେରିଥିଲେ। ସେଠାରେ ଥିବା ନିଜର ଫ୍ଲାଟକୁ ଯାଇଥିଲେ। ଗରମ ଲାଗିବାରୁ ଏସି ଅନ କରିଥିଲେ। ହେଲେ ସତେ ଯେମିତି ଏସି ଭିତରେ ଛକି ବସିଥିଲା ମୃତ୍ୟୁ। ଏସି ଲଗାଇ ବସିଥିବା ବେଳେ ହୋଇଥିଲା ଶର୍ଟସର୍କିଟ।

Advertisment

ହଠାତ୍‌ ଘରେ ଲାଗି ଯାଇଥିଲା ନିଆଁ। ଆଉ ସେହି ନିଆଁର ଆଁରେ ଚାଲି ଯାଇଛି ବାପା ମା’ଙ୍କ ସମେତ ୨ ପିଲାଙ୍କ ଜୀବନ। ନିଆଁ ଯୋଗୁ ସୃଷ୍ଟି ହୋଇଥିବା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି।

ଆରବ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟର, ଅଗ୍ନିକାଣ୍ଡ ଯୋଗୁ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଲୋକମାନେ ହେଲେ ମାଥ୍ୟୁସ ମୁଲାକଲ, ତାଙ୍କ ପତ୍ନୀ ଲିନି ଅବ୍ରାହମ ଓ ସେମାନଙ୍କର ୨ ଜଣ ପିଲା। ସମସ୍ତଙ୍କ ଘର କେରଳ ଆଲଫୁଝା ଅନ୍ତର୍ଗତ ନେରାଟ୍ଟୁପୁରମ। ନିକଟରେ ସମସ୍ତେ ଛୁଟି କାଟିବାକୁ କେରଳ ଯାଇଥିଲେ।

Advertisment

ଶୁକ୍ରବାର ସେମାନେ କୁଏତ ଫେରିଥିଲେ। କୁଏତକୁ ଆସିବା ପରେ ଆବ୍ବାସିୟା ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ରହିଥିବା ନିଜର ଫ୍ଲାଟକୁ ଯାଇଥିଲେ। ଦ୍ୱିତୀୟ ମହଲାରେ ଏହି ଫ୍ଲାଟଟି ରହିଛି।

ସେଠାରେ ସେମାନେ ବିଶ୍ରାମ ନେବା ସହ ଏସି ଅନ କରିଥିଲେ। ହେଲେ ସନ୍ଧ୍ୟା ୮ଟାରେ ଶର୍ଟସର୍କିଟ ଯୋଗୁ ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଅଣନିଃଶ୍ୱାସୀ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି।

ମାଥ୍ୟୁସ ନ୍ୟୁଜ ଏଜେନ୍ସି ରୟଟର୍ସ ପାଇଁ କାମ କରନ୍ତି। ସେହିପରି ତାଙ୍କ ପତ୍ନୀ ଲିନି ଆଦନ ହସ୍ପିଟାଲରେ ନର୍ସ ରହିଥିଲେ। ଦୁଇ ପିଲା କୁଏତର ଭବାନ୍ସ ସ୍କୁଲରେ ପଢ଼ନ୍ତି।

ଘଟଣାରେ କୁଏତରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଏଥିସହ ମାଥ୍ୟୁସଙ୍କ ପରିବାର ଲୋକଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଛି। ଖୁବଶୀଘ୍ର ସେମାନଙ୍କ ପାର୍ଥିବ ଶରୀର ଭାରତ ପଠାଯିବ ବୋଲି ମଧ୍ୟ ଦୂତାବାସ ପକ୍ଷରୁ କୁହାଯାଇଛି।

Kuwait Kuwait Fire Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe