Advertisment

ରୁଷ ନଦୀରେ ବୁଡ଼ି ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ମୃତକମାନେ ଭେଲିକି ନୋଭଗୋରୋଡ ଷ୍ଟେଟ୍ ୟୁନିଭରସିଟିର ଡାକ୍ତରୀ ପଢୁଥିଲେ।

author-image
Debibandita Barick
 Saint Petersburg (City In Russia)

Saint Petersburg (City In Russia)

ପୁଣି ବିଦେଶରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ରୁଷର ଏକ ନଦୀରେ ବୁଡ଼ିଯାଇ ୪ ଜଣ ଭାରତୀୟ ଛାତ୍ରଙ୍କ ପ୍ରାଣହାନୀ ଘଟିଛି। ମୃତକମାନେ ଭେଲିକି ନୋଭଗୋରୋଡ ଷ୍ଟେଟ୍ ୟୁନିଭରସିଟିର ଡାକ୍ତରୀ ପଢୁଥିଲେ।

Advertisment

ସୂଚନା ଅନୁସାରେ, ରୁଷର ସେଣ୍ଟ ପିଟର୍ସବର୍ଗ ନିକଟ ଏକ ନଦୀରେ ବୁଡ଼ି ଛାତ୍ରମାନଙ୍କ ମୃତ୍ୟୁ ଘଟିଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି କରାଯାଉଛି। ଅନ୍ୟ ଜଣେ ଛାତ୍ରୀ ମଧ୍ୟ ସେମାନଙ୍କ ସହ ବୁଡ଼ି ଯାଇଥିଲେ। ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରାଯାଇଛି। ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

ରୁଷର ଭାରତୀୟ ଦୂତାବାସ ଏବଂ ସେଣ୍ଟ ପିଟର୍ସବର୍ଗର କନସୁଲେଟ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମୃତଦେହ ଉଦ୍ଧାର କରିବା ସହ ଯଥାଶୀଘ୍ର ଭାରତକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି।

Advertisment

ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ଯଥାଶୀଘ୍ର ମୃତଦେହ ସମ୍ପର୍କୀୟଙ୍କ ନିକଟକୁ ପଠାଇବା ପାଇଁ ପ୍ରୟାସ କରୁଛୁ। ଉଦ୍ଧାର କରାଯାଇଥିବା ଛାତ୍ରୀଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।

Indian Students Died In Russia Russia