Advertisment

ଇସ୍ରାଏଲ୍‌ର ସେନା ବେସ୍‌ ଉପରେ ଘାତକ ହମ୍‌ଲା, ୪ ସୈନିକ ମୃତ

ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଇସ୍ରାଏଲ୍‌ର ବିନ୍ୟାମିନା ମିଲିଟାରୀ ବେସ୍‌କୁ ଟାର୍ଗେଟ କରିଛି। ପ୍ରାୟ ୨୫ଟି ରକେଟ୍‌ ଓ ଡ୍ରୋନ୍ ମାଡ଼ କରିଛି।

author-image
Madhupriya Mistry
Hezbollah Attack on Israel

Hezbollah Attack on Israel

ଥମୁନି ଇସ୍ରାଏଲ୍ ଓ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ। ଏବେ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛି ଲେବାନନ୍ ଓ ହେଜବୁଲ୍ଲା ସଂଗଠନ। ଇସ୍ରାଏଲ୍‌ର ବିଭିନ୍ନ ସେନା କ୍ୟାମ୍ପ ଉପରେ ହେଜବୁଲ୍ଲା କରିଛି ମିସାଇଲ ମାଡ଼। କେବଳ ସୁସାଇଡ୍‌ ଡ୍ରୋନ ମାଡ଼ ମଧ୍ୟ କରିଛି। ଫଳରେ ଇସ୍ରାଏଲ୍ ଡିଫେନସ ଫୋର୍ସ-IDFର ୪ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି। ସେହିପରି ଅନେକ ସୈନିକ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଇସ୍ରାଏଲ୍‌ର ବିନ୍ୟାମିନା ମିଲିଟାରୀ ବେସ୍‌କୁ ଟାର୍ଗେଟ କରିଛି। ଆତଙ୍କବାଦୀ ସଂଗଠନର ଏହା ସବୁଠାରୁ ବଡ଼ ପ୍ରହାର ବୋଲି କୁହାଯାଉଛି। ଏହି ଘାତକ ହମଲାରେ ୬୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ହେଜବୁଲ୍ଲା ଇସ୍ରାଏଲର ହାଇଫା ସହରକୁ ଟାର୍ଗେଟ୍ କରି ଆଇଡିଏଫ ବେସ୍ କ୍ୟାମ୍ପ ଉପରେ ପ୍ରାୟ ୨୫ଟି ରକେଟ୍‌ ଓ ଡ୍ରୋନ୍ ମାଡ଼ କରିଛି। ଇସ୍ରାଏଲର ଟିଭି ଚ୍ୟାନେଲ୍ ୧୨ ଅନୁଯାୟୀ, ହେଜବୁଲ୍ଲା ଆକ୍ରମଣ ପୂର୍ବରୁ କୌଣସି ଜରୁରୀକାଳୀନ ବର୍ଣ୍ଣିଂ ସାଇରନ ଦେଇନଥିଲା।

Advertisment

ଉତ୍ତର ଇସ୍ରାଏଲର ରବିବାର ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ପରେ ହେଜବୁଲ୍ଲା ଆତଙ୍କୀ ସଂଗଠନ ଘନଘନ ରକେଟ୍ ମାଡ଼ କରିଥିଲା। ୨୦୨୩ ଅକ୍ଟୋବର ୭ ତାରିଖ ପରେ ଲେବାନନର ଏହା ସବୁଠୁ ବଡ଼ ହମଲା। ହିଜବୁଲ କହିଛି ଯେ ବିନ୍ୟାମିନାରେ ଇସ୍ରାଏଲ୍ ସେନାର ଗୋଲାନି ବ୍ରିଗେଡ୍ କ୍ୟାମ୍ପ ଉପରେ ସେମାନେ ଆକ୍ରମଣ କରିଛନ୍ତି।

ଆଇଡିଏଫର କହିବା କଥା, ଇସ୍ରାଏଲର ସ୍କୁଲ ଏବଂ ଜାତିସଂଘର ଏକ ବିଲ୍ଡିଂ ନିକଟରେ ରକେଟ୍ ମାଡ଼ କରିଛି ହେଜବୁଲ୍ଲା। ଏହା ପୂର୍ବରୁ ଅର୍ଥାତ୍ ୬ ଅକ୍ଟୋବରରେ ହେଜବୁଲ୍ଲା ଇସ୍ରାଏଲର ଏକ ସ୍କୁଲ ଠାରୁ ମାତ୍ର ୨୫ ମିଟର ଦୂରରେ ରକେଟ୍ ହମଲା କରିଥିଲା। ସେହିପରି ୟୁଏନ ବିଲ୍ଡିଂରୁ ମାତ୍ର ୨୦୦ ଦୂରରେ ଏହି ହମଲା କରିଛି।

Hezbollah Strikes Israel Israel-Hezbollah War Israel Lebanon War