Advertisment

ଆମେରିକାରେ ଆଖିବୁଜା ଗୁଳିମାଡ଼; ୪ ମୃତ, ଏକାଧିକ ଆହତ

ଅଲବାମା ୟୁନିର୍ଭସିଟି ନିକଟ ଅଞ୍ଚଳରେ ଗୁଳିମାଡ଼ ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Cars

Cars

ଆମେରିକାର ଅଲବାମାରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ଚାରି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଥିଲା।

Advertisment

ରିପୋର୍ଟ ଅନୁସାରେ, ଅଲବାମାର ବର୍ମିହାମ ଫାଇଭ୍ ପଏଣ୍ଟ ସାଉଥ୍ ଅଞ୍ଚଳରେ କିଛି ଦୁର୍ବୃତ୍ତ ରାତି ୧୧ଟା ସମୟରେ ଗୁଳିମାଡ଼ କରିଥିଲେ। ଏହି ଅଞ୍ଚଳ ଆଲବାମ ୟୁନିର୍ଭସିଟି ପାଖରେ। ଏହି ଅଞ୍ଚଳରେ ଏକାଧିକ ରେସ୍ତୋରାଁ ସହ ବୁଲାବୁଲି ପାଇଁ ସୁବିଧା ରହିଛି। ତେଣୁ ଏହି ଅଞ୍ଚଳରେ ଗହଳି ଚହଳି ଲାଗିରହେ।

ଶନିବାର ରାତି ୧୧ଟା ସମୟରେ କିଛି ମହିଳା ଓ ପୁରୁଷ ଏକ ଖୋଲା ସ୍ଥନରେ ଛିଡ଼ା ହୋଇ କଥାବାର୍ତ୍ତା ହେଉ ଥିବାବେଳେ କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ଫଳରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

Advertisment

ସେପିରି ଏକାଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଅଗ୍ନିଶମ କର୍ମାଚାରୀ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅଧିକ ତଦନ୍ତ କରୁଛନ୍ତି। ଏଥିରେ କୌଣସି ଗ୍ୟାଙ୍ଗ୍ କିମ୍ବା ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ଅନୁମାନ କରୁଛି। 

Shooting US Shooting Shooting In America