Advertisment

ୟୁକ୍ରେନକୁ ପାରୁନି ରୁଷ, ଆଉ ୪ ଲକ୍ଷ ଯବାନ ଯୁଦ୍ଧରେ ସାମିଲ ହେବେ

କ୍ରେମଲିନ ପକ୍ଷରୁ ବ୍ୟାକଅପ ଯୋଜନାର ବ୍ୟବସ୍ଥା କରାଯାଇଛି। ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରି ସବୁ କିଛି ଶେଷ କରିବାକୁ ରୁଷ ଏବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

author-image
Hemant Lenka
Russia

Russia

ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ୟୁକ୍ରେନ ଭଳି ଛୋଟିଆ ଦେଶ ସହ ଲଢ଼େଇ କରୁଥିଲେ ମଧ୍ୟ ଶକ୍ତିଶାଳୀ ରୁଷ ଆଖିଦୃଶିଆ ସଫଳତା ପାଇନାହିଁ। ଅବଶ୍ୟ ୟୁକ୍ରନେନର ବିଭିନ୍ନ ସହର ରୁଷର ଘନଘନ ମିସାଇଲ ଓ ବୋମା ମାଡ଼ରେ ଛିନଛତ୍ର ହୋଇଯାଇଛି।

Advertisment

ତଥାପି ୟୁକ୍ରେନ ସେନା ହାର ମାନି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କ୍ରେମଲିନ ପକ୍ଷରୁ ବ୍ୟାକଅପ ଯୋଜନାର ବ୍ୟବସ୍ଥା କରାଯାଇଛି। ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରି ସବୁ କିଛି ଶେଷ କରିବାକୁ ରୁଷ ଏବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ରୁଷ ସରକାର ଅତିରିକ୍ତ ୪ ଲକ୍ଷ ଯବାନଙ୍କୁ ଯୁଦ୍ଧରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯୁଦ୍ଧର ଅବଧି ବଢ଼ି ଚାଲିଥିବାରୁ କ୍ରେମଲିନ ପକ୍ଷରୁ ୪ ଲକ୍ଷ ଯୁବକଙ୍କୁ ଠିକା ଭିତ୍ତିରେ ସେନାରେ ଚଳିତ ବର୍ଷ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏମାନଙ୍କୁ ବିଭିନ୍ନ ରାଙ୍କ ମଧ୍ୟ ମିଳିବ। ଏପରି ନିଯୁକ୍ତି ରୁଷ ସରକାରଙ୍କୁ ଦୁଇ ଆଡ଼ୁ ସହାୟତା କରିବ। ଗୋଟିଏ ପଟେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସରକାର ଲୋକଙ୍କ ଆକ୍ରୋଶକୁ ଥଣ୍ଡା କରିବେ।

Advertisment

ଅନ୍ୟପଟେ ଯୁଦ୍ଧରେ ଯୁବକମାନଙ୍କୁ ସାମିଲ କରି ୟୁକ୍ରେନ ଉପରେ ହମଲାକୁ ମଧ୍ୟ ଜୋରଦାର କରିପାରିବ। ଯୁଦ୍ଧ ଓ ରାଜନୀତିକ ପାଇଦା ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୂଟନୀତିକ ସ୍ତରରେ ମଧ୍ୟ ନିଜର ଦବଦବା ଦୃଷ୍ଟି କରିପାରିବେ। କାରଣ ଆମେରିକା ଓ ୟୁରୋପର ସମର୍ଥନ ସତ୍ତ୍ୱେ ଯଦି ଏହି ନବନିଯୁକ୍ତ ୪ ଲକ୍ଷ ଯବାନଙ୍କ ଦ୍ୱାରା ୟୁକ୍ରେନ ବିରୋଧରେ ସେ ବିଜୟ ହାସଲ କରିପାରିବେ, ତା’ହେଲେ ପାଶ୍ଚାତ୍ୟ ଦେଶକୁ ଏହା ବଡ଼ ଝଟକା ସଦୃଶ ହେବ। ତେଣୁ ୟୁକ୍ରେନ ଚାଲିଥିବା ଯୁଦ୍ଧରେ ରୁଷ ୪ ଲକ୍ଷ ଯବାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି।

Russia-Ukraine War Russia Ukraine