Advertisment

ସ୍ଥିତି ଭୟଙ୍କର: ଇସ୍ରାଏଲ ଉପରେ ୪୦୦ ମିସାଇଲ ମାଡ଼ କଲା ଇରାନ, ବୋମା ଶେଲଟରରେ ଦେଶବାସୀ

ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି।

400 missiles, rockets fired

400 missiles, rockets fired

Advertisment

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି। ଆଜି ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ। ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ସ୍ଥିତି ବେହାଲ ହୋଇଛି। ରକେଟ ଆଟାକ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି। 

Advertisment

ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ଲୋକମାନଙ୍କୁ ବୋମା ପ୍ରତିହିତ କରିପାରୁଥିବା ଆଶ୍ରୟ ସ୍ଥଳରେ ଲୁଚିବାକୁ କୁହାଯାଇଛି।  ପୂରା ଦେଶରେ ଏପରି ସତର୍କ ସୂଚନା ଜାରି କରାଯାଇଛି। ସତର୍କ ସୂଚନା ପାଇବା ପରେ ଲୋକମାନେ ଜୀବନ ବିକଳରେ ବୋମା ଶେଲଟର ଭିତରେ ପଶି ଯାଇଛନ୍ତି। 

ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ କିଛି କ୍ଷଣ ପୂର୍ବରୁ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ଓ ରେକଟ ମାଡ଼ କରାଯାଇଛି। ଇସ୍ରାଏଲବାସୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଉଛି।

Advertisment

ସମସ୍ତେ ହୋମ ଫ୍ରଣ୍ଟ କମାଣ୍ଡଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ। କିଛି ସମୟ ପୂର୍ବରୁ ପୂରା ଦେଶର ଅନେକ ସ୍ଥାନରେ ହୋମ ଫ୍ରଣ୍ଟ କମାଣ୍ଡ ଜୀବନ ରକ୍ଷାକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଇସ୍ରାଏଲବାସୀଙ୍କ ସୁରକ୍ଷା ପାଇଁ ଆଇଡିଏଫ ସବୁ କାମ କରୁଛି ଓ ଆଗକୁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

ଇସ୍ରାଏଲର କହିବା କଥା ଯେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଲୋକ ବୋମା ଶେଲଟରରେ ଆଶ୍ରୟ ନେଇଛନ୍ତି। ପୂରା ଇସ୍ରାଏଲର ଭାଇ ଓ ଭଉଣୀଙ୍କ ସହ ଆମେ ରହିଛୁ। କାହାର ବି କିଛି ହେବ ନାହିଁ ଇସ୍ରାଏଲ ସରକାର ଟ୍ୱିଟ କରିଛନ୍ତି।

ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ବିରୋଧରେ ଆଜି ଇସ୍ରାଏଲ ସେନା ଲେବାନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ଏହାକୁ ନେଇ ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିଲା।

ଏସବୁ ଭିତରେ ଆଜି ଇରାନ ପ୍ରଥମଥର ପାଇଁ ଇସ୍ରାଏଲ ଉପରେ ହମଲା କରିଛି। ଇରାନ ମିସାଇଲ ମାଡ଼ କରିବ ବୋଲି ପୂର୍ବରୁ ହିଁ ଆମେରିକା ସତର୍କ କରାଇ ଦେଇଥିଲା। ଏଥିସହ ଆକ୍ରମଣ କଲେ ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲା।

Israel Israel Iran Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe