Advertisment

High-Rise Buildings: ୨୪ ଘଣ୍ଟା ପରେ ବି ଲିଭିନି ନିଆଁ, ଗଲାଣି ୪୪ ଜୀବନ

ହଂକଂ ଅଗ୍ନିକାଣ୍ଡ ଜନିତ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି। ଏବେ ବି ବିଲଡିଂରେ ରହୁଥିବା ଶତାଧିକ ଲୋକ ନିଖୋଜ ରହିଛନ୍ତି। ଅନେକ ଲୋକ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ ମଧ୍ୟ କରୁଛନ୍ତି।

Fire

ଅଗ୍ନିକାଣ୍ଡ

Advertisment

ହଂକଂ(Hong Kong)ର ଉଚ୍ଚ ଅଟ୍ଟାଳିକା କମ୍ପ୍ଲେକ୍ସରେ ବୁଧବାର ଠାରୁ ଲାଗିଥିବା ଭୟଙ୍କର ନିଆଁ ଏବେ ବି ସଂପୂର୍ଣ୍ଣ ଭାବେ ଲିଭିନାହିଁ। ପ୍ରାୟ ୨୪ ଘଣ୍ଟା ତଳେ ଏଠାରେ ଥିବା ୮ଟି ବଡ଼ ବିଲଡିଂରେ ଲାଗିଥିଲା। ନିଆଁ ଲିଭା କାର୍ଯ୍ୟରେ ୭୦୦ କର୍ମଚାରୀ ଓ ୧୨୮ଟି ଗାଡ଼ି ଲାଗିଥିଲେ ହେଁ ଏଯାଏ ଏହା ସଂପୂର୍ଣ୍ଣ ଭାବେ ଆୟତ୍ତ ହୋଇପାରିନାହିଁ। 

Advertisment

ବାହାରକୁ ଯଦିଧ ଆଉ ନିଆଁ ଦେଖାଯାଉନି, କିନ୍ତୁ ଧୂଆଁ ଏବେ ବି ବିଲଡିଂଗୁଡ଼ିକରୁ ବାହାରୁଛି। ଇତି ମଧ୍ୟରେ ହଂକଂ ଅଗ୍ନିକାଣ୍ଡ ଜନିତ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି। ଏବେ ବି ବିଲଡିଂରେ ରହୁଥିବା ଶତାଧିକ ଲୋକ ନିଖୋଜ ରହିଛନ୍ତି। ଅନେକ ଲୋକ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ ମଧ୍ୟ କରୁଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। 

ନ୍ୟୁ ଟେରିଟୋରିଜର ତାଇ ପୋ ଜିଲ୍ଲାରେ ଥିବା ହାଉସିଂ କମ୍ପ୍ଲେକ୍ସରେ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ୮ଟି ସୁଉଚ୍ଚ ବିଲଡିଂରେ ଥିବା ୨୦୦୦ ଆପାର୍ଟମେଣ୍ଟ ନିଆଁର ଆଁରେ ଫସି ଯାଇଥିଲା। ଏଠାରେ ପ୍ରାୟ ୫ ହଜାର ଲୋକ ରୁହନ୍ତି। ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଚେଷ୍ଟା କରିଥିଲେ ହେଁ ୪୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ୨୭୯ ଜଣ ନିଖୋଜ ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଏହି ଘଟଣାରେ ଆଖି ବୁଜିଛନ୍ତି। 

Advertisment

ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଗ୍ନିକାଣ୍ଡ(Fire) ଘଟଣାରେ ସେମାନେ ୩ ଜଣଙ୍କୁ ଗିରଫ କରିଛନ୍ତି। ବିଲଡିଂ ଗୁଡ଼ିକର ମରାମତି ସମୟରେ ବ୍ୟବହାର କରାଯାଇଥିବା ଦହନ ଯୁକ୍ତ ଜିନିଷକୁ ସେଭଳି ସେଠାରେ ଛାଡ଼ି ଦିଆଯାଇଥିଲା। ମରାମତି କାର୍ଯ୍ୟ ଶେଷ ହୋଇଥିଲେ ହେଁ ବାଉଁଶ ଠାରୁ ଆରମ୍ଭ କରି ବିଭିନ୍ନ ଜାଲି ବିଲଡିଂରେ ଲାଗି ରହିଥିଲା। ତେଣୁ ଜାଲି ଓ ବାଉଁଶ ଯୋଗୁ ନିଆଁର ପ୍ରକୋପ ବଢ଼ି ଯାଇଥିଲା। ଦ୍ରୁତଗତିରେ ଏହା ବ୍ୟାପୀ ଯାଇଥିଲା ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏଥିପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି। 

ଏଏଫପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଠାରୁ ଅଗ୍ନିକାଣ୍ଡ ଘଟିଥିଲେ ହେଁ ଗୁରୁବାର କିଛି ଫ୍ଲାଟରୁ ନିଆଁ ଓ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। ଉକ୍ତ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରାଯାଉଥିବା କୁହାଯାଇଛି। 

Hong Kong Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe