Advertisment

Afghan Taliban Vs Pakistan: ଘମାଘୋଟ ଲଢ଼େଇ ପରେ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଲାଗୁ ହେଲା ୪୮ ଘଣ୍ଟିଆ ଯୁଦ୍ଧ ବିରତି

ଯୁଦ୍ଧ ବିରତି ଲାଗୁ ହେବା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରୁ ଦୁଇ ଦେଶର ସଶସ୍ତ୍ର ବଳ ସୀମାରେ ପରସ୍ପର ଉପରେ ଜୋରଦାର ଆରମ୍ଭ କରିଥିଲେ। ଏଥିଯୋଗୁ ଉଭୟ ପକ୍ଷରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାପରେ ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି।

author-image
Hemant Lenka
Taliban

ଆକ୍ରମଣର ଦୃଶ୍ୟ

ସୀମାରେ ଦୁଇ ପଡ଼ୋଶୀ ମଧ୍ୟରେ ଘମାଘୋଟ ଲଢ଼େଇ ପରେ ଲାଗୁ ହୋଇଛି ଯୁଦ୍ଧ ବିରତି। ୪୮ ଘଣ୍ଟିଆ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ପାକିସ୍ତାନ ଓ ତାଲିବାନ ଶାସିତ ଆଫଗାନିସ୍ତାନ। ଆଜି ସନ୍ଧ୍ୟା ୬ଟାରୁ ଯୁଦ୍ଧ ବିରତି ଲାଗୁ ହୋଇଥିବା ବେଳେ ଏହା ୪୮ ଘଣ୍ଟା ଧରି ବଳବତ୍ତର ରହିବ।

Advertisment

ଯୁଦ୍ଧ ବିରତି ଲାଗୁ ହେବା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରୁ ଦୁଇ ଦେଶର ସଶସ୍ତ୍ର ବଳ ସୀମାରେ ପରସ୍ପର ଉପରେ ଜୋରଦାର ଆରମ୍ଭ କରିଥିଲେ। ଏଥିଯୋଗୁ ଉଭୟ ପକ୍ଷରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାପରେ ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି। 

ପାକିସ୍ତାନ ଅନୁରୋଧକ୍ରମେ ଯୁଦ୍ଧ ବିରତି ପାଇଁ ଆଫଗାନିସ୍ତାନ ରାଜି ହୋଇଥିବା ତାଲିବାନ କହିଛି। ହେଲେ ପାକିସ୍ତାନ ପକ୍ଷରୁ ଓଲଟା କଥା କୁହାଯାଇଛି। ତାଲିବାନ ଫୋର୍ସ ବ୍ୟାପକ କ୍ଷତି ସହିବା ପରେ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଥିଲା। ମାନବିକତା ଦୃଷ୍ଟିରୁ ପାକିସ୍ତାନ ଅସ୍ଥାୟୀ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଇସଲାମାବାଦ କହିଛି। 

Advertisment

ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ଯୁଦ୍ଧ ବିରତି ସମ୍ପର୍କରେ ଘୋଷଣା କରି କହିଛି ଯେ “ତାଲିବାନ ଶାସନର ଅନୁରୋଧ ଓ ଉଭୟ ପକ୍ଷରୁ ସହମତିକ୍ରମେ ପାକିସ୍ତାନ ଓ ତାଲିବାନ ଅସ୍ଥାୟୀ ଭାବେ ୪୮ ଘଣ୍ଟା ପାଇଁ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି। ବୁଧବାର ସନ୍ଧ୍ୟା ୬ଟାରୁ ଯୁଦ୍ଧ ବିରତି ଲାଗୁ ହୋଇଛି। ଯୁଦ୍ଧ ବିରତି ସମୟରେ ଉଭୟ ପକ୍ଷ ପୂରା ପ୍ରସଙ୍ଗରେ ଗଠନ ମୂଳକ ଆଲୋଚନା କରି ସକାରାତ୍ମକ ଓ ସନ୍ତୁଳିତ ସଂକଳ୍ପ ଆଣିବାକୁ ଚେଷ୍ଟା କରିବେ।”

ଯୁଦ୍ଧ ବିରତି ଲାଗୁ ହେବା ପୂର୍ବରୁ ପାକିସ୍ତାନ ସେନା ଆଫଗାନିସ୍ତାନର କାନ୍ଧାହର ପ୍ରଦେଶରେ ଘନଘନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଜବାବ ମଧ୍ୟ ତାଲିବାନ ପକ୍ଷରୁ ଦିଆଯାଇଥିଲା। ସେହିପରି ପାକିସ୍ତାନ ସେନା ସ୍ପିନ ବୋଲଡାକରେ ଆକ୍ରମଣ କରିବାରୁ ୧୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଠାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲା। ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିଥିବାରୁ ଏହାର ଜବାବ ଦୃଢ଼ ଭାବେ ଦିଆଯାଇଥିଲା ବୋଲି ତାଲିବାନ ମୁଖପାତ୍ର କହିଛନ୍ତି। 

ଆଫଗାନର ତାଲିବାନ(Taliban) ଫୋର୍ସ ପାକିସ୍ତାନ ଆର୍ମିର ଗୋଟିଏ ବର୍ଡର ଆଉଟ ପୋଷ୍ଟକୁ ଧ୍ୱଂସ କରିଦେଇଛି। ତାଲିବାନ ପୋଷ୍ଟକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ବ୍ୟବହାର କରୁଥିବା ଟ୍ୟାଙ୍କକୁ ମଧ୍ୟ ତାଲିବାନ ସିଜ କରିନେଇଛି। 

ଉଭୟ ପକ୍ଷ ପରସ୍ପରକୁ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦାୟୀ କରିଛନ୍ତି। ପାକିସ୍ତାନ(Pakistan)ର ଚମାନ ଜିଲ୍ଲା ଓ ଆଫଗାନିସ୍ତାନର ସ୍ପିନ ବୋଲଡାକ ଜିଲ୍ଲା ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁ ପ୍ରଭାବିତ ହୋଇଛି। 

Pakistan Taliban