Advertisment

୧୪୦୦ ଲୋକ ପ୍ରାଣ ହରାଇବାର ଦିନକ ପରେ ପୁଣି ଦୋହଲିଲା ଆଫଗାନିସ୍ତାନ

ରବିବାର ରାତିରେ ଆଫଗାନିସ୍ତାନରେ ୬ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩ ହଜାର ଆହତ ହୋଇଛନ୍ତି।

earth quack

earth quack

Advertisment

ଭୂକମ୍ପ ଝଟକାରେ ପୁଣି ଦୋହଲିଛି ଆଫଗାନିସ୍ତାନ। ଦେଶର ଦକ୍ଷିଣପୂର୍ବ ପ୍ରାନ୍ତରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ ୫.୫ ରେକର୍ଡ କରାଯାଇଛି। ଏହାଦ୍ୱାରା ପୂର୍ବରୁ ବେହାଲ ହୋଇଥିବା ଆଫଗାନିସ୍ତାନର ସ୍ଥିତି ଆହୁରି ବିଗିଡ଼ି ଯାଇଛି। ରବିବାର ରାତିରେ ଆଫଗାନିସ୍ତାନରେ ୬ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩ ହଜାର ଆହତ ହୋଇଛନ୍ତି।

Advertisment

ଏବେ ବି ଅନେକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିବା ବେଳେ ନଙ୍ଗାରହାର ପ୍ରଦେଶ ଭୂକମ୍ପ ଝଟକାରେ ଥରିଛି। ୟୁଏସଜିଏସ୍‌ର ସୂଚନା ଅନୁସାରେ, ଭୂକମ୍ପର ତୀବ୍ରତା ୫.୫ ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳର ଉତ୍ତରପୂର୍ବ ଜଲାଲାବାଦ ଠାରୁ ୩୪ କିମି ଦୂର।

ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଏଯାଏ କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିନାହିଁ। କିନ୍ତୁ କିଛି ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ଜଣାପଡ଼ିଛି। 

Advertisment

ରବିବାର କୁନାର ପ୍ରଦେଶରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୧୧ରେ ପହଞ୍ଚିଛି। କେବଳ କୁନାର ପ୍ରଦେଶରେ ୩୧୨୪ ଜଣ ଆହତ ହୋଇଛନ୍ତି। ସେହିପରି ୫୪୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ରାସ୍ତା ଘାଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳୁ ଜୀବନ ଖୋଜା ଚାଲିଛି।

ସମୟ ଗଡ଼ୁଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଏହି ବିପର୍ଯ୍ୟୟରୁ ଦେଶ ମୁକୁଳି ନଥିବା ବେଳେ ଏବେ ଆଉ ଏକ ଭୂକମ୍ପ କାବୁଲର ଅଣ୍ଟା ଭାଙ୍ଗି ଦେଇଛି। କୁନାର ଭଳି ନଙ୍ଗାରହାରରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି।

Afganistan Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe