ମାଲି
ମାଲିରୁ ଅପହରଣ ହୋଇଛନ୍ତି ୫ ଜଣ ଭାରତୀୟ। ସେମାନଙ୍କୁ ବନ୍ଧୁକଧାରୀମାନେ ଉଠାଇ ନେଇଥିବା ସରକାର ନିଶ୍ଚିତ କରିଛନ୍ତି। ୱେଷ୍ଟର୍ଣ୍ଣ ଆଫ୍ରିକାନ ଦେଶରେ ଏବେ ଅଲକାଏଦା ଓ ଆଇଏସଆଇଏସ୍ ଭଳି ଆତଙ୍କୀ ସଂଗଠନର ଦବଦବା ବଢ଼ିଛି। ସେମାନେ ହିଂସାକାଣ୍ଡ ଘଟାଇ ଚାଲିଥିବା ବେଳେ ୫ ଭାରତୀୟଙ୍କ ଅପହରଣ ଖବର ସାମ୍ନାକୁ ଆସିଛି।
ନ୍ୟୁଜ ଏଜେନ୍ସି ଏଏଫପିର କହିବା କଥା ଯେ ଗୁରୁବାର ଦିନ ପଶ୍ଚିମ ମାଲିରେ ଥିବା କୋବ୍ରି ନିକଟରୁ କିଛି ସଶସ୍ତ୍ର ମୁଖାପିନ୍ଧା ବ୍ୟକ୍ତି ୫ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି। ଏହି ଭାରତୀୟମାନେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତିକରଣର କାମ କରୁଥିବା ଗୋଟିଏ କମ୍ପାନୀ ପାଇଁ କାମ କରୁଥିଲେ।
କମ୍ପାନୀର ଜଣ ପ୍ରତିନିଧି କହିଛନ୍ତି ଯେ ଘଟଣା ପରେ ଏଠାରେ କାମ କରୁଥିବା ଅନ୍ୟ ଭାରତୀୟଙ୍କୁ ରାଜଧାନୀ ବାମାକୋକୁ ସ୍ଥାନାନ୍ତର କରାଯାଇଛି। ୫ ଜଣ ଭାରତୀୟ ଅପହରଣ ହୋଇଛନ୍ତି। କିନ୍ତୁ ଏଯାଏ କୌଣସି ସଂଗଠନ ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି ବୋଲି ପ୍ରତିନିଧି ଜଣଙ୍କ ସୂଚନା ଦେଇଛନ୍ତି।
ମାଲି ଏବେ ଗୋଟିଏ ସାମରିକ ଜୁଣ୍ଟା ଦ୍ୱାରା ଶାସିତ। ଅସ୍ଥିରତା ଓ ବିଦ୍ରୋହୀଙ୍କ ହିଂସାକାଣ୍ଡ ଦ୍ୱାରା ମାଲି ଦୀର୍ଘ ବର୍ଷ ହେଲା ପ୍ରଭାବିତ ହୋଇ ଆସୁଛି। ଏଥିଯୋଗୁ ଆର୍ଥିକ ସଙ୍କଟ ଦେଇ କରୁଥିବା ମାଲିରେ ଏବେ ଅଲକାଏଦା ସହ ଜଡ଼ିତ ସପୋର୍ଟ ଅଫ ଇସଲାମ ଓ ମୁସଲିମ (ଜେଏନଆଇଏମ) ନିଜର ଦବଦବା ଦେଖାଇବା ଆରମ୍ଭ କରିଛି।
ସେମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ଏଥିଯୋଗୁ ମାଲିର ସାଧାରଣ ଲୋକ ଓ ବିଦେଶୀ ନାଗରିକ ଭୟରେ ଜୀବନ ବିତାଉଛନ୍ତି। ମାଲିରେ ବିଦେଶ ନାଗରିକଙ୍କୁ ଅହପଣ କରିବା କୌଣସି ନୂଆ କଥା ନୁହେଁ।
୨୦୧୨ରୁ ରାଜନୀତିକ ହିଂସାକାଣ୍ଡର ସାମ୍ନା କରୁଥିବା ମାଲିରେ ଅନେକ ବିଦେଶୀ ନାଗରିକ ଅପହୃତ(Kidnaping) ହେବାର ନଜିର ରହିଛି। ପରବର୍ତ୍ତୀ ସମୟରେ କିଛି ବିଦେଶୀ ନାଗରିକ ମୁକୁଳୁ ଥିବା ବେଳେ ଆଉ କିଛିଙ୍କ ଖବର ଏଯାଏ ବି ମିଳିନାହିଁ। ଏବେ ଅପହୃତ ହୋଇଥିବା ୫ ଭାରତୀୟଙ୍କ ଅବସ୍ଥା କ’ଣ ହେବ, ତା’ ଉପରେ ବି ସମସ୍ତଙ୍କ ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/08/kidnap-2025-11-08-14-35-21.jpg)