Advertisment

ପାକିସ୍ତାନରେ ବିସ୍ଫୋରଣ: ୫ ଯବାନ ମୃତ

ଯବାନଙ୍କ ପାଲଟା ଜବାବରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Explosion

Explosion

Advertisment

ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ।

Advertisment

ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। କେଚ ଜିଲ୍ଲାର ବୁଲେଦା ଅଞ୍ଚଳରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ପାକିସ୍ତାନ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏହି ଅପରେସନ କରାଯାଉଛି।

ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଛି। ବିଶେଷ କରି ବଲୁଚିସ୍ତାନ ଓ ଖୈବର ପଖତୁନଖ୍ୱାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୨୦୨୨ରେ ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତି ଶେଷ କରିବା ପରେ ଏଭଳି ଘଟଣା ଅଧିକରୁ ଅଧିକ ଘଟୁଛି।

Advertisment

ଦୁଇ ଦିନ ତଳେ ଉତ୍ତର ୱାଜିରିସ୍ତାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅପରେସନ କରାଯାଇଥିଲା।

IED Blast Pakistan Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe