Advertisment

ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ଼, ୫ ମୃତ

ଗୁଳିମାଡ଼ କରିବା ପରେ ଆକ୍ରମଣକାରୀ ଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛି।

shooting in Las Vegas

shooting in Las Vegas

Advertisment

ଆପାର୍ଟମେଣ୍ଟ ପରିସରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲା ଦୁର୍ବୃତ୍ତ। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୁଳିମାଡ଼ କରିବା ପରେ ଆକ୍ରମଣକାରୀ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛି। ଏଭଳି କିଛି ଘଟଣା ଘଟିଛି ଆମେରିକାର ଲାସ୍‌ ଭେଗାସ୍‌ ସହରରେ।

Advertisment

ସୂଚନା ମୁତାବକ, ମଙ୍ଗଳବାର ସକାଳେ ଏହି ଗୁଳିମାଡ଼ ଘଟଣା ଘଟିଛି। ଲାସ ଭେଗାସରେ ଥିବା ଦୁଇଟି ଆପାର୍ଟମେଣ୍ଟ ପରିସରେ ଜଣେ ବନ୍ଧୁକଧାରୀ ପଶି ଆସି ଆଖିବୁଜା ଗୁଳିମାଡ଼ କରିଥିଲା। ତେବେ ପୁଳିସ ଆକ୍ରମଣକାରୀକୁ ଧରିବା ପାଇଁ ତା' ପାଖକୁ ପହଞ୍ଚିବା ପୂର୍ବରୁ ସେ ନିଜକୁ ନିଜେ ଗୁଳିକରି ଉଡ଼ାଇ ଦେଇଛି।

ଉତ୍ତର ଲାସ୍‌ ଭେଗାସ ପୁଲିସର କହିବା ମୁତାବକ, ଏହି ଗୁଳିମାଡ଼ରେ ୪ ଜଣ ମହିଳା ସମେତ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ୧୩ ବର୍ଷର ଜଣେ ବାଳିକା ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ତା'ର ଚିକିତ୍ସା ଚାଲିଛି।

Advertisment

ସେପଟେ ୪୭ ବର୍ଷୀୟ ଅଭିଯୁକ୍ତ ଏରିକ ଏଡମ୍ସ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟାଇଛି। କାସା ନର୍ଥ ଡ୍ରାଇଭ୍‌ରେ ଥିବା ଆପାର୍ଟମେଣ୍ଟରେ ବିଲ୍ଡିଂରେ ପଶି ସେ ଗୁଳିମାଡ କରିଥିଲା। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଏରିକ୍‌କୁ ଖୋଜାଖୋଜି କରିଥିଲା।

ଇଷ୍ଟ ଲେକ୍‌ ମିଡ୍‌ ବୁଲେଓ୍ୱାର୍ଡରେ ଏରିକ୍‌ ଲୁଚି ରହିଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ସେଠାରେ ପହଞ୍ଚି ଏରିକ୍‌କୁ ଘେରି ଯାଇ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ଏରିକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

America Shooting Shooting In Las Vegas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe