Advertisment

ଇମ୍ରାନ ସମର୍ଥକ ରାଲିରେ ହିଂସା, ୬ ମୃତ, ସୁଟ୍ ଆଟ୍‌ ସାଇଟ୍‌ ନିର୍ଦ୍ଦେଶ

ଇମ୍ରାନଙ୍କ ସମର୍ଥକମାନେ ଶ୍ରୀନଗର ରାଜପଥରେ ୪ ରେଞ୍ଜର୍ସଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ହିଂସାରେ ପ୍ରାଣ ହରାଇଛନ୍ତି।

Violence in Pakistan

Violence in Pakistan

Advertisment

ପାକିସ୍ତାନରେ ବିଗିଡିବାରେ ଲାଗିଛି ସ୍ଥିତି। ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନଭେମ୍ବର ୧୩ ରେ ଏକ ବାର୍ତ୍ତାରେ ଇମ୍ରାନ୍ ଖାଁ ତାଙ୍କ ସମର୍ଥକମାନଙ୍କୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଥିଲେ। ଇମ୍ରାନଙ୍କ ଘୋଷଣା ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି।

Advertisment

ରାଜଧାନୀ ଇସଲାମାବାଦରେ ପଶିଛନ୍ତି ଇମ୍ରାନଙ୍କ ହଜାର ହଜାର ସମର୍ଥକ। ଏତିକି ବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନଙ୍କ ସମର୍ଥକମାନେ ଶ୍ରୀନଗର ରାଜପଥରେ ୪ ରେଞ୍ଜର୍ସଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ଏ ପର୍ଯ୍ୟନ୍ତ ଏଭଳି ଆକ୍ରମଣରେ ୪ ଜଣ ରେଞ୍ଜର୍ସ ଏବଂ ଦୁଇ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ସେହିପରି ୧୦୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି। ଧାରା ୨୪୫ ଅନୁଯାୟୀ ପାକିସ୍ତାନୀ ସେନାକୁ ଡକାଯାଇଛି। ଅଶାନ୍ତି ଏବଂ ଆତଙ୍କବାଦୀଙ୍କ ସହ କଡା ମୁକାବିଲା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସୁଟ୍‌ ଆଟ୍‌ ସାଇଟ୍ ଅର୍ଡର ମଧ୍ୟ ଜାରି କରାଯାଇଛି।

Advertisment

ବିକ୍ଷୋଭକାରୀମାନେ ଇମ୍ରାନ ଖାନ୍‌ଙ୍କୁ ମୁକ୍ତ କରିବା ଦାବିରେ ସଂସଦ ଯାଏଁ ରାଲି କରିବାକୁ ଏବଂ ଧାରଣା ଦେବାକୁ ଘୋଷଣା କରିଛନ୍ତି। ଏ ନେଇ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଜାତୀୟ ରାଜପଥରେ ବ୍ୟାରିକେଡ୍ ଲଗାଯାଇଛି, କିନ୍ତୁ ଇମ୍ରାନଙ୍କ ସମର୍ଥକମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି ଏବଂ ଇସଲମାବାଦରେ ଧେସଇ ପଶିଛନ୍ତି। ଏତିକି ବେଳେ ପିଟିଆଇ କର୍ମଚାରୀମାନଙ୍କ ପୁଲିସ ସହିତ ହିଂସାତ୍ମକ ସଂଘର୍ଷ ହୋଇଛି।

ରାଜଧାନୀ ଇସଲାମାବାଦର ଅନେକ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ବିକ୍ଷୋଭ ଘୋଷଣା କରି ଇମ୍ରାନ୍ ଖାନ୍ ସମର୍ଥକମାନଙ୍କୁ କହିଛନ୍ତି- ଆପଣ ମାର୍ଶାଲ ଲ' ରେ ରହିବାକୁ ଚାହୁଁଛନ୍ତି ନା ସ୍ୱାଧୀନତାରେ ରହିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ସ୍ଥିର କରିବାକୁ ପଡ଼ିବ।

ସେପ୍ଟେମ୍ବର ମାସରୁ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ସମର୍ଥକମାନେ କୌଣସି ନା କୌଣସି ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଇମ୍ରାନ୍ ଖାନଙ୍କ ବିରୋଧ ଘୋଷଣା ପରେ ପାକିସ୍ତାନର ଶେହବାଜ ସରିଫ୍ ସରକାର ଏହାକୁ ରୋକିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହି ବିକ୍ଷୋଭରେ ୪ହଜାର ପିଟିଆଇ ସମର୍ଥକଙ୍କୁ ଗିରଫ କରାଯାଇଛି ।

Pakistan Islamabad Violence In Pakistan Imran Khan's Supporters March
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe