Advertisment

ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ୫ ଜୀବନ୍ତ ଦଗ୍ଧ

ଟ୍ରେନରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

Fire In Train

Fire In Train

Advertisment

ବାଂଲାଦେଶରେ ନିର୍ବାଚନର ଦିନକ ପୂର୍ବରୁ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଯାଇଛି ଯାତ୍ରୀବାହୀ ଟ୍ରେନ୍। ଏଥିରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନଟି ରାଜଧାନୀ ଢାକା ଅଭିମୁଖେ ଯାଉଥିଲା। ହଠାତ୍ ରାତି ପ୍ରାୟ ୯ଟା ସମୟରେ ସୟେଦାବାଦର ଗୋଲାପବାଗ ନିକଟରେ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ୪ଟି ବଗିକୁ ବ୍ୟାପି ଯାଇଥିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ରାତି ପ୍ରାୟ ୧୦.୩୦ ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା। ଟ୍ରେନରେ ବହୁ ଭାରତୀୟ ମଧ୍ୟ ଯାତ୍ରା କରୁଥିବା ସୂଚନା ମିଳିଛି। 

Advertisment

ଟ୍ରେନରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହାକୁ ପ୍ରାକ୍-ନିର୍ବାଚନୀ ହିଂସାକାଣ୍ଡ ବୋଲି ଆଶଙ୍କା କରୁଛି ପୁଲିସ। ପ୍ରକାଶ ଥାଉ କି, ଆସନ୍ତାକାଲି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହେବ।

Bangladesh Fire In Train Train Caught Fire Bangladesh Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe