Advertisment

ରନୱେରେ ବିମାନ ଜଳିବା ଘଟଣା: ୫ କୋଷ୍ଟଗାର୍ଡ ସଦସ୍ୟ ନିଖୋଜ

ଦୁର୍ଘଟଣା ପରେ ଜାପାନ ଏୟାରଲାଇନ୍ସର ବିମାନ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି। ତେବେ ସମସ୍ତ ୩୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଜଳି ଯାଇଥିବା ବିମାନରୁ ଉଦ୍ଧାର କରି ନିଆଯାଇଛି।

author-image
Hemant Lenka
plane

plane

ଜାପାନର ରାଜଧାନୀ ଟୋକିଓର ହନେଡା ଏୟାରପୋର୍ଟରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏୟାରପୋର୍ଟର ରନୱେରେ ତଟରକ୍ଷୀ ବାହିନୀର ବିମାନ ଓ ଗୋଟିଏ ଯାତ୍ରୀବାହୀ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା।

Advertisment

ଦୁର୍ଘଟଣା ପରେ ଜାପାନ ଏୟାରଲାଇନ୍ସର ବିମାନ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି। ତେବେ ସମସ୍ତ ୩୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଜଳି ଯାଇଥିବା ବିମାନରୁ ଉଦ୍ଧାର କରି ନିଆଯାଇଛି। କିନ୍ତୁ ଏବେ ଖବର ମିଳିଛି ଯେ ତଟରକ୍ଷୀ ବାହିନୀର ବିମାନରେ ଥିବା ୫ ଜଣ କ୍ରୁ ସଦସ୍ୟଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନେ କେଉଁ ଆଡ଼େ ଗଲେ ବୋଲି ସସପେନ୍ସ ଦେଖିବାକୁ ମିଳିଛି।

ଗଣମାଧ୍ୟମକୁ ଜାପାନ କୋଷ୍ଟଗାର୍ଡର ଜଣେ ଅଧିକାରୀ କହିଛନ୍ତି, ବିମାନରେ ୬ ଜଣ କ୍ରୁ ସଦସ୍ୟ ଥିଲେ। ଜଣେ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଛନ୍ତି। କିନ୍ତୁ ବାକି ୫ ଜଣଙ୍କ ସମ୍ପର୍କରେ କୌଣସି ଖବର ମିଳିନାହିଁ। ତଟରକ୍ଷୀ ବାହିନୀର ଏମ୭୨ ଫିକ୍ସଡ ୱିଙ୍ଗ ଏୟାରକ୍ରାଫ୍ଟ ସହ ହିଁ ଦୁର୍ଘଟଣା ଘଟିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

Advertisment

ସୋମବାର କେନ୍ଦ୍ରୀୟ ଜାପାନରେ ହୋଇଥିବା ୧୧୫ ଥର ଭୂକମ୍ପ ଝଟକାରେ ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କ ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଅନ୍ଧାରରେ ରହିଛନ୍ତି। ଏହି ଘଟଣାର ଦିନକ ପରେ ହନେଡା ଏୟାରପୋର୍ଟରେ ବିମାନ ଦୁର୍ଘଟଣା ଘଟିଛି।

ଜିଜି ନ୍ୟୁଜ ଏଜେନ୍ସିର ରିପୋର୍ଟରେ କୁହାଯାଇଛି ଯେ ତଟରକ୍ଷୀ ବାହିନୀରର ବିମାନଟି ଭୂକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଉଡ଼ାଣ ଭରିବାର ଥିଲା। ତେବେ ଏହି ସମୟରେ ଜାପାନ ଏୟାରଲାଇନ୍ସ ବିମାନ ସହ ରନୱେରେ ଏହାର ଧକ୍କା ହୋଇଥିଲା।

ରନୱେରେ ଯାଇ ବିମାନଟି ଧକ୍କା ହେବା ପରେ ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏୟାବସଟି ମାଟିରେ ମିଶିବା ପୂର୍ବରୁ ଏହା ମଧ୍ୟରେ ଥିବା ୮ ଜଣ ଛୋଟ ପିଲା ଓ ୧୨ ଜଣ କ୍ରୁ ସଦସ୍ୟଙ୍କ ସମେତ ସମସ୍ତ ୩୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସାରିଥିଲା।

ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୭୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ। ଜାପାନ ଏୟାରଲାଇନ୍ସର ବିମାନଟି ଉତ୍ତରପୂର୍ବ ଜାପାନ ଦ୍ୱୀପପୁଞ୍ଜରେ ଥିବା ସାପୋରୋ ଏୟାରପୋର୍ଟରୁ ଏଠାକୁ ଆସିଥିଲା।

ଘଟଣା ପରେ ହନେଡା ଏୟାରପୋର୍ଟର ସବୁ ରନୱେକୁ ବନ୍ଦ କରି ଦିଆଯାଇଛି। ସେହିପରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Plane Crash Japan