Advertisment

୧୦୦ ପାକ ସେନାଙ୍କୁ ହତ୍ୟା କରିସାରିଲାଣି ବିଦ୍ରୋହୀ: ସରକାରଙ୍କୁ ୨୦ ଘଣ୍ଟାର ମହଲତ

ପାକିସ୍ତାନ ଆର୍ମି ପକ୍ଷରୁ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଲିଥିବା ଅପରେସନ ଯୋଗୁ ବିଦ୍ରୋହୀମାନେ ୫୦ ଜଣଙ୍କୁ ମାରିଥିବା କହିଛନ୍ତି। ଏବେ ଅପରେସନ ବନ୍ଦ କରି ଜେଲରେ ଥିବା ବେଲୁଚି ବନ୍ଦୀମାନଙ୍କୁ ନ ଛାଡ଼ିଲେ ପଣବନ୍ଦୀ ହୋଇ ରହିଥିବା ବାକି ୧୫୦ ଜଣଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ବିଏଲଏ କଡ଼ା ଭାଷାରେ ଶୁଣାଇ ଦେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ବନ୍ଧୁକ ମୁନରେ ଜାଫର ଏକ୍ସପ୍ରେସରେ ଥିବା ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଥିବା ବେଲୁଚି ମୁକ୍ତି ସେନା ବା ବିଏଲଏ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ବଡ଼ ଧମକ ଦିଆଯାଇଛି। ପଣବନ୍ଦୀ ହୋଇ ରହିଥିବା ୨୦୦ରୁ ଅଧିକ ପାକ ସେନା ମଧ୍ୟରୁ ବିଦ୍ରୋହୀମାନେ ଇତି ମଧ୍ୟରେ ୧୦୦ ଜଣଙ୍କୁ ହତ୍ୟା କରି ସାରିଲେଣି। ବାକି ରହିଥିବା ୧୫୦ ଜଣଙ୍କ ଜୀବନ ରକ୍ଷା ପାଇଁ ବିଦ୍ରୋହୀମାନେ ପାକିସ୍ତାନ ସରକାରଙ୍କୁ ୨୦ ଘଣ୍ଟାର ମହଲତ ଦେଇଛନ୍ତି।

Advertisment

ପାକିସ୍ତାନ ଆର୍ମି ପକ୍ଷରୁ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଲିଥିବା ଅପରେସନ ଯୋଗୁ ବିଦ୍ରୋହୀମାନେ ୧୦୦ ଜଣଙ୍କୁ ମାରିଥିବା କହିଛନ୍ତି। ଏବେ ଅପରେସନ ବନ୍ଦ କରି ଜେଲରେ ଥିବା ବେଲୁଚି ବନ୍ଦୀମାନଙ୍କୁ ନ ଛାଡ଼ିଲେ ପଣବନ୍ଦୀ ହୋଇ ରହିଥିବା ବାକି ୧୫୦ ଜଣଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ବିଏଲଏ କଡ଼ା ଭାଷାରେ ଶୁଣାଇ ଦେଇଛି। ବେଲୁଚି ବିଦ୍ରୋହୀମାନେ ପଣବନ୍ଦୀମାନଙ୍କୁ ୫ଟି ଭିନ୍ନଭିନ୍ନ ସ୍ଥାନରେ ରଖିଛନ୍ତି। 

ବିଏଲଏ ପକ୍ଷରୁ ମଙ୍ଗଳବାର କ୍ୱେଟ୍ଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜାକ କରାଯାଇଛି। ବେଲୁଚିସ୍ତାନ ପ୍ରଦେଶର ଏକ ଉପାନ୍ତ ଅଞ୍ଚଳ ଦେଇ ଟ୍ରେନଟି ଯାଉଥିବା ବେଳେ ପ୍ରଥମେ ବିଦ୍ରୋହୀମାନେ ରେଳ ଧାରଣାକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏଥିଯୋଗୁ ଟ୍ରେନ ଅଟକି ଥିଲା। ଏହାପରେ ବନ୍ଧୁକଧାରୀମାନେ ଏହା ଭିତରେ ପ୍ରବେଶ କରି ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି।

Advertisment

ଟ୍ରେନରେ ପ୍ରାୟ ୫୦୦ ଜଣ ଯାତ୍ରୀ ଥିଲେ। ପାକିସ୍ତାନ ସେନା ସ୍ୱତନ୍ତ୍ର ଅପରେସନ କରି ଇତି ମଧ୍ୟରେ ୧୯୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩୦ ଜଣ ବିଦ୍ରୋହୀଙ୍କୁ ହତ୍ୟା କରିଥିବା ଦାବି କରିଛି। ତଥାପି ଏବେ ବି ବିଦ୍ରୋହୀଙ୍କ କବଳରେ ୨୦୦ ଜଣ ଲୋକ ପଣବନ୍ଦୀ ହୋଇ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପାକ ସୁରକ୍ଷାକର୍ମୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ହତ୍ୟା କରାଯାଇଥିବା ବିଏଲଏ କହିଛି।

ବିଏଏଲଏ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ରାତିରେ ପାକିସ୍ତାନ ସେନା ପକ୍ଷରୁ ଡ୍ରୋନ ଦ୍ୱାରା ଆଟାକ କରାଯାଇଥିଲା। ଏହାର ଜବାବରେ ୧୦ ଜଣ ଶତ୍ରୁ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା। ଅତିରିକ୍ତ ଭାବେ ଆଜିର ଲଢ଼େଇରେ ଆଉ ୧୦ ଜଣ ପାକ ସୈନ୍ୟଙ୍କୁ ହତ୍ୟା କରାଯାଇଛି। ବାକି ୩୦ ଜଣ ଗତକାଲି ଲଢ଼େଇ ବେଳେ ପ୍ରାଣ ହରାଇଥିଲେ। ଏଯାଏ ୧୦୦ରୁ ଅଧିକ ଶତ୍ରୁ ପକ୍ଷରୁ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ବି ବିଏଲଏ ଅଧୀନରେ ୧୫୦ ଜଣ ପଣବନ୍ଦୀ ହୋଇ ରହିଛନ୍ତି। ବିଏଲଏ ଶେଷଥର ପାଇଁ ଚେତାବନୀ ଓ ସତର୍କ ସୂଚନା ଦେବା ପାଇଁ ଚାହୁଁଛି ଯେ ଯଦି ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ଅପରେସନ କରାଯାଏ, ତା’ହେଲେ ତତ୍କାଳ ଭାବେ ବାକି ପଣବନ୍ଦୀଙ୍କୁ ମଧ୍ୟ ହତ୍ୟା କରାଯିବ।

ବିଏଲଏ ପକ୍ଷରୁ ବେଲୁଚର ରାଜନୀତିକ ବନ୍ଦୀ, ସାମାଜିକ କର୍ମୀ ଓ ସେନା ଦ୍ୱାରା ଅପହୃତ ହୋଇଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ପାକ ସରକାରଙ୍କୁ ଆଉ ୨୦ ଘଣ୍ଟାର ସମୟ ଦିଆଯାଇଛି। ଆସନ୍ତାକାଲି ଏହି ସମୟସୀମା ପୂରିବାକୁ ଯାଉଛି। ଯଦି ପାକ ସରକାର ବେଲୁଚିସ୍ତାନରୁ ଗିରଫ କରିଥିବା ଲୋକଙ୍କୁ ମୁକ୍ତ ନ କରିବେ, ତା’ହେଲେ ସେମାନେ ଟ୍ରେନ ସହ ପଣବନ୍ଦୀ ଥିବା ସମସ୍ତଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ହାଇଜାକ ସ୍ଥିତି ପୂରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପାକିସ୍ତାନର ଅପରେସନରେ ସାମିଲ ହେବାକୁ ଚାଇନା ମଧ୍ୟ ସହାୟତାର ହାତ ବଢ଼ାଇଛି। ବରିଷ୍ଠ ଅଧିକାରୀ ରାଣା ଦିଲାୱର କହିଛନ୍ତି, ଟ୍ରେନ ଏବେ ବି ଗୁଦାଲାର ଓ ପିରୁ କୁନରି ସ୍ଥିତ ପାହାଡ଼ିଆ ଅଞ୍ଚଳ ସ୍ଥିତ ଟନେଲ ନିକଟରେ ରହିଛି। ବନ୍ଧୁକଧାରୀମାନେ ଯାତ୍ରୀମାନଙ୍କୁ ଏବେ ବି ପଣବନ୍ଦୀ କରି ରଖିଛନ୍ତି। ହେଲିକପ୍ଟର ଓ ଅତିରିକ୍ତ ଫୋର୍ସ ଅପରେସନରେ ସାମିଲ ହୋଇଛନ୍ତି।”

ପାକ ସେନା ସୂତ୍ରରୁ ଜଣାପଡ଼ିଛି ଯେ ଜାଫର ଏକ୍ସପ୍ରେସରେ ମୋଟ ୪୯୨ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ପାକ ସୁରକ୍ଷାକର୍ମୀଙ୍କ ସଂଖ୍ୟା ୮୦। ସେହିପରି ଉଦ୍ଧାର ହୋଇଥିବା ୧୯୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Pakistan Balochistan Train Hijack