ଯୁଦ୍ଧ ବିମାନ
Middle East War Updates: ଇସ୍ରାଏଲ-ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୁକ୍ରବାର ୭ମ ଦିନରେ ପହଞ୍ଚିଛି। ୭ମ ଦିନରେ ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ। ଆଜି ଇସ୍ରାଏଲର ୫୦ ଯୁଦ୍ଧ ବିମାନ ଏକକାଳୀନ ଇରାନ ଉପରେ କରିଛନ୍ତି ବୋମା ବର୍ଷ। ଇରାନର ସୁପ୍ରିମ ଲିଡର ଓ ଅନ୍ୟ ନେତୃବୃନ୍ଦଙ୍କ ପାଇଁ ତିଆରି ହୋଇଥିବା ବଙ୍କର ଇସ୍ରାଏଲ ଧ୍ୱଂସ କରି ଦେଇଛି।
ଇସ୍ରାଏଲ ଏୟାରଫୋର୍ସ କହିଛି ଯେ ବଙ୍କର ଧ୍ୱଂସ ଅଭିଯାନରେ ୫୦ ଯୁଦ୍ଧ ବିମାନ ସାମିଲ ହୋଇଥିଲେ। ଇସ୍ରାଏଲ ସାମରିକ ଗୁଇନ୍ଦା ବିଭାଗ ଓ ମୋସାଦର ମିଳିତ ସହାୟତାରେ ମାଟି ତଳେ ଥିବା ଠିକଣାକୁ ଧ୍ୱଂସ କରାଯାଇଛି।
ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ପାଇଁ ତିଆରି କରାଯାଇଥିବା ଅଣ୍ଡର ଗ୍ରାଉଣ୍ଡ ବଙ୍କରକୁ ଧ୍ୱଂସ କରିବା ହିଁ ଲକ୍ଷ୍ୟ ରହିଥିଲା। ଏଥିରେ ସଫଳତା ମିଳିଥିବା ଇସ୍ରାଏଲ ବାୟୁ ସେନା ଦାବି କରିଛି।
ଇସ୍ରାଏଲ ମିଲିଟାରୀର କହିବା କଥା ଯେ ଅଣ୍ଡର ଗ୍ରାଉଣ୍ଡ ବଙ୍କର ଗୋଟିଏ ସୁରକ୍ଷିତ ଏମର୍ଜେନ୍ସି ସମ୍ପତ୍ତି ଭାବେ ଇରାନ ବ୍ୟବହାର କରୁଥିଲା। ବିବାଦ ସମୟରେ ଖାମେନେଇ ଏହା ମଧ୍ୟରୁ ଲଢ଼େଇ କରିବାର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ବଙ୍କରକୁ ଖାମେନେଇ ଯୁଦ୍ଧ ବେଳେ ବ୍ୟବହାର କରିବାକୁ ସକ୍ଷମ ହୋଇ ନାହାନ୍ତି।
କାରଣ ଅପରେସନ ରୋରିଂ ଲାୟନରେ ଶନିବାର ଠାରୁ ତାଙ୍କୁ ନିପାତ କରି ଦିଆଯାଇଥିଲା। ଖାମେନେଇ ନିହତ ହେବା ପରେ ଏହି କମ୍ପାଉଣ୍ଡକୁ ଇରାନ ଶାସନର ଅନ୍ୟ ବରିଷ୍ଠ ନେତୃବୃନ୍ଦମାନେ ବ୍ୟବହାର କରୁଥିଲେ।
ନିଜର ସାମରିକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଇରାନ ଶାସନ ପକ୍ଷରୁ ବେଶ କିଛି ବର୍ଷଧରି ଏହି ଅଣ୍ଡର ଗ୍ରାଉଣ୍ଡ ବଙ୍କରକୁ ତିଆରି କରାଯାଉଥିଲା। ଇସ୍ରାଏଲ ଓ ପଶ୍ଚିମ ଦେଶଗୁଡ଼ିକ ବିରୋଧରେ ଏହି ଠାରୁ ବିଷ ମଞ୍ଜି ବୁଣା ଯିବାକୁ ଉଦ୍ୟମ ଚାଲିଥିଲା।
ଏହି ଅଣ୍ଡରଗ୍ରାଉଣ୍ଡ ତେହରାନର ପ୍ରମୁଖ ରାସ୍ତାରେ ଦୀର୍ଘ କିମି ଧରି ମାଟି ତଳେ ରହିଥିଲା। ଏକାଧିକ ପ୍ରବେଶ ପଥ ଓ ଏକାଠି ବୈଠକ କରିବା ପାଇଁ ରୁମର ବ୍ୟବସ୍ଥା ଏହା ମଧ୍ୟରେ ହୋଇଥିଲା।
ଗୁଇନ୍ଦା ବିଭାଗର ତଥ୍ୟ ଓ ଦୀର୍ଘ ସମୟରର ରିସର୍ଚ୍ଚ ପରେ ଆଜି ଏହା ଉପରେ ଏକକାଳୀନ ହମଲା ହୋଇଛି। ନେତୃବୃନ୍ଦ କମ୍ପାଉଣ୍ଡ ଇରାନୀୟ ଶାସନର କେନ୍ଦ୍ରୀୟ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା। ବଙ୍କର ଧ୍ୱଂସ ହେବା ସହ ଇରାନୀୟ ଶାସନର କମାଣ୍ଡ ଓ ନିୟନ୍ତ୍ରଣ କ୍ଷମତା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଇସ୍ରାଏଲ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/06/iran-2026-03-06-20-00-18.jpg)