/odisha-reporter/media/post_attachments/uploadimage/library/16_9/16_9_0/IMAGE_1751278875.jpg)
Sisterb zin
ସାମାଜର ତାଚ୍ଛଲ୍ୟ ଓ ସମାଲୋଚନା ପରେ ନିଜ ପୁଅର ସାଙ୍ଗଙ୍କୁ ଜୀବନ ସାଥୀ ଭାବେ ବାଛିଥିଲେ। ପୁଅର ସାଙ୍ଗ ଓ ମହିଳାଙ୍କ ମଧ୍ୟରେ ବୟସର ବ୍ୟବଧାନ ପ୍ରାୟ ୨୦ ବର୍ଷର ରହିଥିଲା। ତଥାପି ସବୁ କିଛି ଭୁଲି ମହିଳା ଜଣଙ୍କ ପୁଅର ସାଙ୍ଗକୁ ବିବାହ କରିଥିଲେ। ଏବେ ମହିଳା ଜଣଙ୍କ ଗର୍ଭବତୀ ହୋଇଛନ୍ତି। ଏକଥାକୁ ସେ ନିଜେ ସୋଶାଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି।
ଚାଇନାର ଜଣେ ୫୦ ବର୍ଷୀୟ ଉଦ୍ୟୋଗୀ ‘ସିଷ୍ଟର ଜିନ’ଙ୍କ ବିବାଦୀୟ ପ୍ରେମ କାହାଣୀ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ସେ ତାଙ୍କର ପୁଅର ରୁଷ କ୍ଲାସମେଟଙ୍କୁ ବିବାହ କରିଥିଲେ। ସୋଶାଲ ମିଡିଆରେ ସିଷ୍ଟର ଜିନ ତାଙ୍କ ବିଦେଶୀ ସ୍ୱାମୀଙ୍କ ସହ ବିତାଉଥିବା ଆରାମଦାୟକ ଜୀବନ ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି। ସେମାନେ ଭିଲ୍ଲାରେ ରହୁଥିବା ବେଳେ ରୋଷେୟା ଠାରୁ ଆରମ୍ଭ କରି ଡ୍ରାଇଭର ସେମାନଙ୍କ ସେବା କରୁଛନ୍ତି।
୩୦ ବର୍ଷ ବୟସରେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିବା ସିଷ୍ଟର ଜିନ ଏକାକୀ ନିଜ ପୁଅର ଲାଳନ ପାଳନ କରିଥିଲେ। ଏହାପରେ ସେ ନିଜର ପ୍ରେମକୁ ପୁଣିଥରେ ତାଙ୍କ ପୁଅ ବୟସର ପିଲାଠାରୁ ପାଇଥିଲେ।
ଏହି ଅସ୍ୱାଭାବିକ ଓ ବିରଳ ରୋମାନ୍ସ ୬ ବର୍ଷ ତଳେ ଆରମ୍ଭ ହୋଇଥିଲା। ସିଷ୍ଟର ଜିନଙ୍କ ପୁଅ କାଇକାଇ ତାଙ୍କର ୩ ଜଣ ସାଙ୍ଗଙ୍କ ପାଇଁ ନିଜ ଘରେ ଲୁନାର ନ୍ୟୁୟର ଡିନର ପାର୍ଟିର ଆୟୋଜନ କରିଥିଲେ। ଏହି ୩ ଜଣଙ୍କ ମଧ୍ୟରେ ଥିଲେ ରୁଷର ଛାତ୍ର ଡେଫୁ। ରୁଷର ମୂଳନାଗରିକ ଡେଫୁ ବେଶ ଭଲ ଭାବେ ଚାଇନିଜ କହିପାରୁ ଥିଲେ। ସେ ପାର୍ଟିରେ ସିଷ୍ଟର ଜିନଙ୍କ ରୋଷେଇ ଓ ଆତିଥ୍ୟରେ ବେଶ ପ୍ରଭାବିତ ହୋଇଥିଲେ। ଏଥିପାଇଁ ସେ ଗୋଟିଏ ରାତି ପାଇଁ ସିଷ୍ଟର ଜିନଙ୍କ ଘରକୁ ଆସିଥିବା ବେଳେ ପୂରା ସପ୍ତାହ ରହିଥିଲେ।
ସିଷ୍ଟର ଜିନ ନିଜ ପ୍ରେମ ସମ୍ପର୍କ ବିଷୟରେ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟକୁ କହିଥିଲେ, “ମୁଁ ସେତେବେଳେ ସାମାନ୍ୟ ଯୁବତୀ ଓ ଆକର୍ଷଣୀୟ ରହିଥିଲି। ଡେଫୁ ଲୁନାର ପାର୍ଟି ପରେ ମୋ ସହ ଯୋଗାଯୋଗରେ ରହିଥିଲେ। ସେ ମୋ ପାଖକୁ ଉପହାର ପଠାଇବା ସହ ଅନେକ ସମୟରେ ସରପ୍ରାଇଜ ମଧ୍ୟ ଦେଉଥିଲେ।”
ଦୁଇ ଜଣଙ୍କ ମଧ୍ୟରେ ବୟସର ବ୍ୟବଧାନ ୨୦ ରହିଥିବା ବେଳେ ଉଚ୍ଚତାରେ ୩୦ ସେମିର ଗ୍ୟାପ ରହିଥିଲା। ଏପରି ସ୍ଥିତିରେ ଡେଫୁ ଯେତେବେଳେ ସିଷ୍ଟର ଜିନକୁ ପ୍ରେମ ନିବେଦନ କରିଥିଲେ ସେ ପୂରା ଚକିତ ହୋଇଯାଇଥିଲେ। ସାଂସ୍କୃତିକ ଭିନ୍ନତା ଓ ପୂର୍ବ ବୈବାହିତ ଅଭିଜ୍ଞତା ଯୋଗୁ ସିଷ୍ଟର ଜିନ ପ୍ରଥମେ ଡେଫୁଙ୍କ ପ୍ରସ୍ତାବକୁ କେମିତି ଗ୍ରହଣ କରିବେ, ସେହି ଚିନ୍ତାରେ ରହିଥିଲେ।
କିନ୍ତୁ ପୁଅ କାଇକାଇର ସମର୍ଥନରେ ସିଷ୍ଟର ଜିନ ପୁଣିଥରେ ଡେଫୁଙ୍କ ପ୍ରସ୍ତାବର ବିଚାର କରିଥିଲେ। ଏଥିସହ ପ୍ରେମକୁ ଆଉ ଗୋଟିଏ ସୁଯୋଗ ଦେଇଥିଲେ। ଚଳିତ ବର୍ଷ ସିଷ୍ଟର ଜିନ ଓ ଡେଫୁ ବିବାହ ପଞ୍ଜୀକରଣ କରିଥିଲେ। ଏହାପରେ ଚାଇନାର ବିଭିନ୍ନ ସ୍ଥାନରେ ଏକାଠି ବୁଲିବା ସହ ବିଭିନ୍ନ ଐତିହ୍ୟ ସ୍ଥାନର ମଜା ଉଠାଇଥିଲେ।
ଏସବୁ ଭିତରେ ସିଷ୍ଟର ଜିନ ଜୁନ ୮ରେ ଗର୍ଭଧାରଣ ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି। ବୟସ୍କ ଅବସ୍ଥାରେ ଗର୍ଭଧାରଣ କରିବା ବିପଦଜନକ ହୋଇଥିଲେ ହେଁ ଡେଫୁଙ୍କ ଯୋଗୁ ଏହା ସମ୍ଭବ ହୋଇଛି। ଏଥିପାଇଁ ସେମାନେ ବହୁତ ଖୁସି ଥିବା ସିଷ୍ଟର ଜିନ ଜଣାଇଛନ୍ତି।
ଆସନ୍ତା ଫେବୃଆରୀ-ମାର୍ଚ୍ଚ ବେଳକୁ ଦମ୍ପତି ବାପା ମା’ ହେବେ। ଏଥିପାଇଁ ସେମାନେ ଏବେଠାରୁ ନିଜ ପିଲା ପାଇଁ ଗୋଟିଏ ଜମି କିଣି ସାରିଛନ୍ତି। ସିଷ୍ଟର ଜିନ ଓ ଡେଫୁଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହୋଇଛି। ଏହାକୁ ନେଇ ବିତର୍କ ମଧ୍ୟ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
